ନେଟ୍‌ ରନରେଟକୁ ନେଇ ହେଲା ଭୁଲ୍‌ ସମୀକରଣ, ସୁଯୋଗ ହାତଛଡା କରି ସୁପର –୪ରୁ ବାଦ୍‌ ପଡିଲା ଆଫଗାନିସ୍ତାନ

ନେଟ୍‌ ରନରେଟ ଭୁଲ୍‌ ସମୀକାରଣ ଯୋଗୁଁ ସୁପର-୪ ମ୍ୟାଚରୁ ବାଦ୍‌ ପଡିଲା ଆଫଗାନିସ୍ତାନ । ଟିମର ମୁଖ୍ୟ କୋଚ୍‌ଙ୍କୁ କେବଳ ୩୭.୧ ଓଭରରେ ୨୯୧ ରନ୍‌ କରିବାର ଥିଲା । କିନ୍ତୁ ଟିମ୍‌ ଆଉ ମାତ୍ର ୨ ରନ ଥାଇ ଅଲଆଉଟ୍‌ ହୋଇଯାଇଥିଲା । ଯଦି ଟିମ୍‌ ୩୭.୨ ଓଭରରେ ୨୯୩ କିମ୍ବା ୩୭.୫ ଓଭରରେ ୨୯୫ ରନ କରିଦିଏ ତେବେ ସୁପର-୪ରେ ପହଞ୍ଚିଥାଇପାରିଥାନ୍ତା ।

ଏସିଆ କପ ୨୦୨୩ରେ ଆଫଗାନିସ୍ତାନ ଟିମ୍‌ ଶ୍ରୀଲଙ୍କା ଠାରୁ ୨ ରନରେ ହାରିବା ଯୋଗୁଁ ସୁପର-୪ ମ୍ୟାଚରେ ପ୍ରବେଶ କରିପାରିଲା ନାହିଁ । ଏହାର ମୁଖ୍ୟ କାରଣ ରନରେଟକୁ ନେଇ ଭୁଲ୍‌ ଗଣନା ବୋଲି କୁହାଯାଇଛି । ଆଫଗାନିସ୍ତାନ ଟିମ୍‌ ମ୍ୟାଚ୍‌କୁ ରୋମାଞ୍ଚକ ସ୍ଥିତିକୁ ଆଣିଦେଇଥିଲେ କିନ୍ତୁ ହାର ପରେ ରାଶିଦ ଖାନଙ୍କ ସହିତ ପ୍ରମୁଖ ଖେଳାଳି ନିରାଶ ହୋଇଥିଲେ ।

ଶ୍ରୀଲଙ୍କା ଟିମ୍‌ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୯୧ ରନ୍‌ କରିଥିଲା । ଆଫଗାନିସ୍ତାନ ନିଜର ଖରାପ ରନରେଟକୁ ଧ୍ୟାନରେ ରଖି ସୁପର-୪ରେ ପହଞ୍ଚିବା ପାଇଁ ୩୭.୧ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରିବାର ଥିଲା । ୩୭ ଓଭର ଶେଷ ହେବା ବେଳକୁ ଆଫଗାନିସ୍ତାନ ଟିମ୍‌ ୮ ଓ୍ଵିକେଟ ହରାଇ ୨୮୯ ରନ୍‌ କରିଥିଲା ।

ଏହାପର ଓଭରର ପ୍ରଥମ ବଲରେ ଟିମକୁ ମାତ୍ର ୩ ରନ୍‌ କରିବାକୁ ଥିଲା । କିନ୍ତୁ ମୁଜିବ ଉର ରେହମାନଙ୍କ ଓ୍ଵିକେଟ ପଡିଯାଇଥିଲା । ଆଫଗାନିସ୍ତାନ ଟିମ ସୁପର-୪ରେ ପ୍ରବେଶ କରିବାର ଆଶା ଛାଡିଦେଇଥିଲା । ନେଟ ରନରେଟ ମୁତାବକ ଆଫଗାନିସ୍ତାନ ଟିମ୍‌ ୩୭.୨ ଓଭରରେ ୨୯୩ କିମ୍ବା ୩୭.୫ ଓଭରରେ ୨୯୫ ରନ କରିଦିଏ ତେବେ ସୁପର-୪ରେ ପହଞ୍ଚିଥାଇପାରିଥାନ୍ତା । କିନ୍ତୁ ଟିମ୍‌ ୨୮୯ ରନରେ ଅଲଆଉଟ ହୋଇଯିବା ଯୋଗୁଁ ୨ ରନରେ ହାରିଗଲା ଆଫଗାନିସ୍ତାନ ।

ଆଫଗାନିସ୍ତାନ ଟିମର ମୁଖ୍ୟ କୋଚ ଜୋନାଥନ ଟ୍ରଟ୍‌ ନେଟ ରନରେଟକୁ ନେଇ ପଚାରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ମୋତେ କେବଳ ୩୭.୧ ଓଭର ପର୍ଯ୍ୟନ୍ତ ରନରେଟ ବିଷୟରେ କୁହାଯାଇଥିଲା । ଏହା ପରର ରନରେଟ ବିଷୟରେ ଅଫିସିଆଲ ଭାବେ ମୋତେ କିଛି କୁହାଯାଇନଥିଲା । ଆମକୁ କେବଳ ଏତିକି ନୁହାଯାଇଥିଲା କି, ୩୭.୧ ଓଭରରେ ମ୍ୟାଚ୍‌ ଜିତିବାକୁ ହେବ । ୩୮.୧ ଓଭର ପର୍ଯ୍ୟନ୍ତ ୨୯୭ ରନ୍‌ କରି ମଧ୍ୟ ସୁପର-୪ରେ ଟିମ୍‌ ପ୍ରବେଶ କରିପାରିବ, ତାହା ଆମକୁ କୁହାଯାଇନଥିଲା ।

ଏହି ମ୍ୟାଚ ହାରିବା ପରେ ଟିମର ଅଧିନାୟକ ହଶମତୁଲ୍ଲାହ ସାହିଦି ନିରାଶ ରହିଛନ୍ତି । ମ୍ୟାଚ୍‌ ପାଇଁ ୧୦୦ % ଚେଷ୍ଟା କରିବା ସତ୍ତ୍ୱେ ହାରକୁ ସ୍ୱୀକାର କରିପାରୁନହାନ୍ତି । ନିଜ ଭୁଲ ସୁଧାରି ବିଶ୍ୱକପରେ ଭଲ ଖେଳିବେ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.