ସତର୍କ ରୁହନ୍ତୁ ଆଜି ପ୍ରବଳ ବର୍ଷା ପାଇଁ ୧୮ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ କ୍ଷେତ୍ର ବାୟୁମଣ୍ଡଳରେ ୭.୬ କିମି ଯାଏ ବ୍ୟାପିଛି। ପାଣିପାଗର ନିୟାମକ ଓ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆଗାମୀ ୨ଦିନ ରାଜ୍ୟରେ ବର୍ଷା ଜାରି ରହିବ।

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ସପ୍ତାହରେ ପୁଣି ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା। ସେପଟେ ଦୁର୍ବଳ ହେଲା ସକ୍ରିୟ ଲଘୁଚାପ କ୍ଷେତ୍ର। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ କ୍ଷେତ୍ର ବାୟୁମଣ୍ଡଳରେ ୭.୬ କିମି ଯାଏ ବ୍ୟାପିଛି। ପାଣିପାଗର ନିୟାମକ ଓ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଆଗାମୀ ୨ଦିନ ରାଜ୍ୟରେ ବର୍ଷା ଜାରି ରହିବ। ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଏହି ଜିଲ୍ଲା ମାନଙ୍କରେ ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୨୦ ସେମି ବର୍ଷା ହୋଇପାରେ। ଆସନ୍ତା କାଲି ୧୩ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ। ୯ତାରିଖରୁ କମିବ ବର୍ଷାର ପରିମାଣ। ତେବେ ଆସନ୍ତା ସପ୍ତାହରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବଢିବ ବର୍ଷାର ପରିମାଣ। ସେପଟେ ଚଳିତ ମୌସୁମୀ ଋତୁରେ ଏଯାଏ ରାଜ୍ୟରେ ୮୪୯. ୫ ମିମି ବର୍ଷା ରେକର୍ଡ ହୋଇଛି। ସ୍ବାଭାବିକ ବୃଷ୍ଟିପାତ ୯୭୩.୯ ମିମି ବର୍ଷା ତୁଳନାରେ ଏହା ୧୩ ପ୍ରତିଶତ କମ୍ । ୧୧ ଜିଲ୍ଲାରେ ନିଅଣ୍ଟିଆ ଓ ୧୯ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।

 

 

Leave A Reply

Your email address will not be published.