ଚେନ୍ନାଇ ବିମାନବନ୍ଦରରେ ଚେକିଂ ପାଇଁ ବ୍ୟାଗ୍‌ ଖୋଲାଯିବାରୁ ବାହାରିଲା ୧୨ ଜୀବନ୍ତ ଅଜଗର, ଲୋକେ ଭୟଭୀତ

ଚେନ୍ନାଇ ଏୟାରପୋର୍ଟରେ ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ମିଳିଛି ଅଜଗର। ଗୋଟିଏ କି ଦୁଇଟି ନୁହେଁ, ୧୨ଟି ଜୀବନ୍ତ ଅଜଗର ମିଳିବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ।

ଚେନ୍ନାଇ ଏୟାରପୋର୍ଟରେ ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ମିଳିଛି ଅଜଗର। ଗୋଟିଏ କି ଦୁଇଟି ନୁହେଁ, ୧୨ଟି ଜୀବନ୍ତ ଅଜଗର ମିଳିବା ପରେ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏୟାରପୋର୍ଟର ସୀମା ଶୁଳ୍କ ଅଧିକାରୀମାନେ ୧୨ ଅଜଗର ଚୋରା ଚାଲାଣ ଉଦ୍ୟମରେ ଯାତ୍ରୀଙ୍କୁ ଗିରଫ କରିଛନ୍ତି।

ସୂଚନା ମୁତାବକ, ମଙ୍ଗଳବାର ଅଭିଯୁକ୍ତ ବ୍ୟାଙ୍କକ୍‌ରୁ ଭାରତ ଆସିଥିଲେ। ସନ୍ଦେହଜନକ ଗତିବିଧି ଯୋଗୁ ସୀମା ଶୁଳ୍କ ଅଧିକାରୀମାନେ ତାଙ୍କୁ ଏଠାରେ ଧରିଥିଲେ। ଜଣେ ଅଧିକାରୀ କହିଛନ୍ତି କି, ତାଙ୍କର ଚେକ୍‌-ଇନ ଲଗେଜ୍‌ ଯାଞ୍ଚ ବେଳେ ୧୨ଟି ଜୀବନ୍ତ ଅଜଗରକୁ ଉଦ୍ଧାର କରାଯାଇଥିଲା। ଏହାପରେ ସୀମା ଶୁଳ୍କ ଅଧିନିୟମ ଅଧୀନରେ ସାପଗୁଡ଼ିକୁ ଜବତ କରାଯାଇଥିଲା।

ଏହି ମାମଲାରେ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା, ଯାହାପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। କହି ରଖୁଛୁ, ପୂର୍ବରୁ ମଧ୍ୟ ଏହିଭଳି ଏକ ଖବର ସାମ୍ନାକୁ ଆସିଥିଲା। ଜାନୁୟାରୀ ୧୧ରେ ଚେନ୍ନାଇ ଏୟାରପୋର୍ଟରେ ବ୍ୟାଙ୍କକ୍‌ରୁ ଭାରତ ଆସିଥିବା ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ କେତେଗୁଡ଼ିଏ ବନ୍ୟଜୀବ ମିଳିଥିଲେ।

ଯାତ୍ରୀଙ୍କ ଦୁଇଟି ବ୍ୟାଗ୍‌ରୁ ୪୫ଟି ଅଜଗର, ୩ଟି ମାର୍ମୋସେଟ୍‌, ୩ଟି ଷ୍ଟାର୍‌ କଇଁଛ ଏବଂ ୮ଟି କର୍ଣ୍ଣ ସ୍ନେକ୍‌ ଉଦ୍ଧାର କରାଯାଇଥିଲା। କଷ୍ଟମ୍‌ ବିଭାଗ ଜବତ ବନ୍ୟଜୀବମାନଙ୍କୁ ଜାନୁୟାରୀ ୧୨ରେ ବ୍ୟାଙ୍କକ୍‌ ପଠାଇ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.