ସ୍ମାର୍ଟଓ୍ଵାଚ ବ୍ୟାଟେରୀ କ୍ଷମତା ବଢ଼ାଇବା ପାଇଁ ମାନନ୍ତୁ ଏହି ସହଜ ଟିପ୍ସ, ଏକାଥରକେ ୭ଦିନ ଚାଲିବ

ସ୍ମାର୍ଟ ଯୁଗରେ ସ୍ମାର୍ଟଫୋନ ତା ସାଙ୍ଗକୁ ସ୍ମାର୍ଟ ଓ୍ଵାଚର ଡିମାଣ୍ଡ ଧିରେ ଧିରେ ବଢ଼ିବାକୁ ଲାଗିଛି। କିନ୍ତୁ ସମସ୍ୟା ସେଇ ଗୋଟିଏ ରହିଛି ଯାହା ଆଗରୁ ବି ଥିଲା। ମାନେ ଏସବୁ ଡିଭାଇସ୍‌ ବ୍ୟାଟେରୀ। କିଣିବା ସମୟରେ ବ୍ୟାଟେରୀ କ୍ଷମତାକୁ ନେଇ ତ କମ୍ପାନୀ ମାନେ ବଡ଼ ବଡ଼ କଥା କୁହନ୍ତି। କିନ୍ତୁ କିଛି ଦିନ ବ୍ୟବହାର ମଧ୍ୟରେ ଏଥିରେ ଚାର୍ଜ ରହିବା କ୍ଷମତା ସରିବାକୁ ଲାଗେ। ଖୁବ କମ ସମୟ ମଧ୍ୟରେ ଫୁଲ ଚାର୍ଜ ସରିଯାଏ।

ସ୍ମାର୍ଟ ଯୁଗରେ ସ୍ମାର୍ଟଫୋନ ତା ସାଙ୍ଗକୁ ସ୍ମାର୍ଟ ଓ୍ଵାଚର ଡିମାଣ୍ଡ ଧିରେ ଧିରେ ବଢ଼ିବାକୁ ଲାଗିଛି। କିନ୍ତୁ ସମସ୍ୟା ସେଇ ଗୋଟିଏ ରହିଛି ଯାହା ଆଗରୁ ବି ଥିଲା। ମାନେ ଏସବୁ ଡିଭାଇସ୍‌ ବ୍ୟାଟେରୀ। କିଣିବା ସମୟରେ ବ୍ୟାଟେରୀ କ୍ଷମତାକୁ ନେଇ ତ କମ୍ପାନୀ ମାନେ ବଡ଼ ବଡ଼ କଥା କୁହନ୍ତି। କିନ୍ତୁ କିଛି ଦିନ ବ୍ୟବହାର ମଧ୍ୟରେ ଏଥିରେ ଚାର୍ଜ ରହିବା କ୍ଷମତା ସରିବାକୁ ଲାଗେ। ଖୁବ କମ ସମୟ ମଧ୍ୟରେ ଫୁଲ ଚାର୍ଜ ସରିଯାଏ।

ଡିଭାଇସ୍‌ ସ୍ମାର୍ଟ ହେଲେ ସୁଦ୍ଧା ଏହାର ବ୍ୟାଟେରୀ କ୍ଷମତା ପୁରୁଣା ଅନ୍ଦାଜର ରହୁଥିବ ଯାହା କାରଣରୁ ଏମିିତି ହେଉଛି। କିନ୍ତୁ ଆମେ ଆଜି ଯେଉଁ ଟିପ୍ସ କହିବୁ ସେଥିରେ ଆପଣ ନିଜ ସ୍ମାର୍ଟ ଓ୍ଵାଚର ବ୍ୟାଟେରୀ କ୍ଷମତାକୁ ଦୀର୍ଘଜୀବି ବା ଲଙ୍ଗ ଲାଷ୍ଟିଂ କରିପାରିବେ।

ସ୍ମାର୍ଟ ଓ୍ଵାଚର ବ୍ୟାଟେରୀ ସବୁଠୁ ଦମଦାର ହୋଇଥାଏ। କାରଣ ଏହା ଫୁଲ ଚାର୍ଜରେ ଦୁଇ ଦିନ ଯାଏ ଚାଲିଥାଏ। କିନ୍ତୁ ବ୍ଲୁଟୁଥ କଲିଂ ଫିଚର ତଥା ଜିପିଏସ୍‌ ପାଇଁ ବ୍ୟାଟେରୀ ଖୁବ ଶୀଘ୍ର ସରିଯାଏ। ଆମେ କହିବାକୁ ଯାଉଥିବା କିଛି ଟିପ୍ସ କୁ ଫଲୋ କରନ୍ତୁ ଦେଖିବେ ଏହି ବ୍ୟାଟେରୀ ସପ୍ତାହ ପର୍ଯ୍ୟନ୍ତ ଚାଲିବ।

ଗୋଟିଏ ସମୟ ଥିଲା ଯେତେବେଳେ ଘଣ୍ଟା ଖାଲି ସମୟ କହୁଥିଲା କିନ୍ତୁ ଏବେ ନୂଆ ସ୍ମାର୍ଟ ଘଣ୍ଟାରେ ନିଜ ଫୋନକୁ ବି କଣ୍ଟ୍ରୋଲ କରିପାରିବେ। ଆଉ ଏହା ସହ ବହୁତ କିଛି ସୁବିଧା ପାଇପାରିବେ।ମାର୍କେଟରେ ଏବେ ହଜାର ଟଙ୍କାର ସ୍ମାର୍ଟଓ୍ଵାଚ ବି ମିଳୁଛି। ଅନେକ ଷ୍ଟାଇଲ ସେଗମେଣ୍ଟ ପାଇଁ ତଥା ସୋ ଅଫ୍‌ ପାଇଁ ଏହାକୁ ପିନ୍ଧିଥାନ୍ତି। କିନ୍ତୁ ଏଥିରେ ଅନେକ ଫିଚର୍ସ ଆଡ୍‌ ଥିବାରୁ ବ୍ୟାଟେରୀ ଉପରେ ଫରକ ପଡ଼ିଥାଏ । ବ୍ୟାଟେରୀ ଜଲଦି ସରିଯାଏ।

ଏବେ ଜାଣନ୍ତୁ ସେହି ଟିପ୍ସ ଯେଉଁଥିରେ ବ୍ୟାଟେରୀ କ୍ଷମତା ବଢ଼ିଯିବ:
ସ୍ମାର୍ଟଓ୍ଵାଚରେ ଆସୁଥିବା ପ୍ରତିଥର ନୋଟିଫିକେସନ ବ୍ୟାଟେରୀ ଖର୍ଚ୍ଚ କରାଇଥାଏ। ଯଦି ଆପଣଙ୍କ ପାଖରେ ବହୁତ ଆପ୍ସ ଅଛି ତେବେ ସେଥିରେ ନୋଟିଫିକେସନ ଅଫ୍‌ କରିନିଅନ୍ତୁ। ଯଦି ଆପଣଙ୍କୁ ସୋସିଆଲ ମିଡ଼ିଆର ନୋଟିଫିକେସନ ଆବଶ୍ୟକତା ନାହିଁ ତେବେ ଏହାକୁ ବନ୍ଦ କରିଦିଅନ୍ତୁ। କେବଳ ଜରୁରୀ ଆପ୍ସର ନୋଟିଫିକେସନ ଅନ୍‌ ରଖନ୍ତୁ।

ସବୁବେଳେ ନିଜ ସ୍ମାର୍ଟଓ୍ଵାଚର ସ୍କ୍ରିନ ବ୍ରାଇଟନେସ୍‌ କୁ କମ ରଖନ୍ତୁ। ଲାଇଟ ଅଧିକ ରହିଲେ ବ୍ୟାଟେରୀ ଖୁବ ଶୀଘ୍ର ସରିଯିବ। ଯଦି ବଡ଼ ସ୍କ୍ରିନ ଅଛି ତେବେ ଏହା ଖୁବ ଜରୁରୀ ହୋଇଯାଏ। ତେଣୁ ଏକଥାକୁ ଧ୍ୟାନ ଦିଅନ୍ତୁ ।

ବ୍ୟାଟେରୀ ଲାଇଫକୁ ବଢ଼ାଇବା ପାଇଁ ଜିପିଏସ୍‌ କୁ ବନ୍ଦ କରନ୍ତୁ। ଏହା ମ୍ୟାପ୍‌, ଫିଟନେସ୍‌ ଟ୍ରାକିଂ, ନାଭିଗେସନ ପାଇଁ ବ୍ୟବହାର କରାଯାଏ। ତେଣୁ ଏହାକୁ ବନ୍ଦ କରିଦେଲ ସେସବୁ ବି କାମ କରିବା ବନ୍ଦ ହୋଇଯିବ।କେବ ଦରକାର ସମୟରେ ଅନ କରନ୍ତୁ।

ଏହାକୁ ପାଓ୍ଵାର ସେଭିଂ ମୋଡକୁ ନିଅନ୍ତୁ। ଏହା ବ୍ୟାଟେରୀ ଲାଇଫକୁ ବଢ଼ାଇଥାଏ। ଏହା ସବୁ ବ୍ୟାକଗ୍ରାଉଣ୍ଡ ଆପ୍ସକୁ ବନ୍ଦ କରିଦିଏ। ଯେମିତିକି ବ୍ୟାଟେରୀ ଖର୍ଚ୍ଚ କମ ହେବ। ଏହାର ସଫ୍ଟେଓ୍ଵୟାର କୁ ଅପଡେଟ କରନ୍ତୁ। ଏମିତି କଲେ ଓ୍ଵାଚ ସୁରକ୍ଷିତ ରୁହେ , ହ୍ୟାଙ୍ଗ ହୁଏ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.