ତାତି ଓ ଗୁଳୁଗୁଳିରୁ ମିଳିଛି ଆଶ୍ୱସ୍ତି, କାଲିଠୁ ସକାଳ ସାଢ଼େ ୬ଟାରୁ ୧୦ଟା ଯାଏ ପାଠପଢ଼ା ଚାଲିବ

ଗ୍ରୀଷ୍ମପ୍ରବାହ କମିଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ସବୁ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ସହ ସ୍କୁଲ ଖୋଲିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ବ୍ୟବସ୍ଥା କରାଯିବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କମିଛି ଗ୍ରୀଷ୍ମପ୍ରବାହ ।

କେନ୍ୟୁଜ୍(ବ୍ୟୁରୋ): କମିଛି ଖରା । ତାତି ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । କାଲିଠୁ ରାଜ୍ୟରେ ଖୋଲିବ ସ୍କୁଲ । ଗ୍ରୀଷ୍ମପ୍ରବାହ କମିଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ସବୁ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ସହ ସ୍କୁଲ ଖୋଲିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ବ୍ୟବସ୍ଥା କରାଯିବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କମିଛି ଗ୍ରୀଷ୍ମପ୍ରବାହ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଖରା ପ୍ରକୋପ ରହିଛି । ପଶ୍ଚିମ ଓଡ଼ିଶାରେ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବାରେ ପରିବର୍ତ୍ତନ କରାଯାଇଛି । ବଲାଙ୍ଗିର, ଝାରସୁଗୁଡ଼ା ଓ ସମ୍ବଲପୁରରେ ୨୨ ତାରିଖରୁ ଖୋଲିବ । ସୁବର୍ଣ୍ଣପୁର, ବରଗଡ଼, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ୨୩ରେ ଖୋଲିବ ସ୍କୁଲ । ୨୬ ତାରିଖ ଯାଏ ସେସବୁ ଜିଲ୍ଲାରେ ସକାଳୁଆ କ୍ଲାସ୍‌ ହେବ । ସକାଳ ସାଢ଼େ ୬ଟାରୁ ୧୦ଟା ଯାଏ ପାଠପଢ଼ା ଚାଲିବ । ୨୬ରୁ ନିୟମିତ ସମୟ ଅନୁସାରେ ଚାଲିବ ସ୍କୁଲ ।

ରାଜ୍ୟରେ ଦୁଇ ସପ୍ତାହ ଧରି ଚାଲିଥିବା ଅଗ୍ନିବର୍ଷାରେ ବ୍ରେକ୍‌ ଲାଗିଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଟିକେ ଥଣ୍ଡା ପଡ଼ିଛି ପାଗ । ଓଡ଼ିଶାକୁ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦିନେ ୨-୩ ଦିନ ଭିତରେ କିଛି ଅଞ୍ଚଳକୁ ଛୁଇଁବ । ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଦକ୍ଷିଣ ଓଡ଼ିଶାର ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ହୋଇଛି ପ୍ରାକ୍‌ ମୌସୁମୀ ବର୍ଷା । କାଲିଠୁ ବଢ଼ିବ ବର୍ଷା ବିସ୍ତତି । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ । କାଲି କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୭ରୁ ୧୧ ସେମି ଯାଏ ବର୍ଷିପାରେ ।

୨୨ରେ ଉତ୍ତର ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୨୩ ଓ ୨୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ । କିଛି ଜିଲ୍ଲାରେ ୭ରୁ ୧୧ ସେମି ଓ କିଛି ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହେବ ।  ଆଷାଢ଼ରେ ବର୍ଷା ଧାରା ବଦଳରେ ଆକାଶରୁ ଖସୁଥିଲା ନିଆଁ ପିଣ୍ଡୁଳା । ପ୍ରଚଣ୍ଡ ହୋଇଥିଲା ଗ୍ରୀଷ୍ମପ୍ରବାହ । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୯ରୁ ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରିଥିଲେ ସରକାର । ଜୁନ ୧୯ରେ ସ୍କୁଲ ଖୋଲିବାର ଥିଲା । ପରେ ଆଉ ଦୁଇ ଦିନ ବଢ଼ିଥିଲା ଖରା ଛୁଟି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.