ମାଡ଼ି ଚାଲିଛି ସ୍କ୍ରବ ଟାଇଫସ୍, ପୁଣି ସୁନ୍ଦରଗଡ଼ରେ ୬ ନୂଆ ଆକ୍ରାନ୍ତ ଚିହ୍ନଟ

ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍‌ । ଆଜି ପୁଣି ସୁନ୍ଦରଗଡ଼ରେ ୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଗୋଟିଏ ଦିନରେ ପୁଣି ୭ ଆକ୍ରନ୍ତ ଚିହ୍ନଟ ହୋଇଥିଲେ । ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଁଞ୍ଚିଛି। ଗତକାଲି ୩୭ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ସୁନ୍ଦରଗଡ଼ (କେନ୍ୟୁଜ): ଚିନ୍ତା ବଢ଼ାଉଛି ସ୍କ୍ରବ ଟାଇଫସ୍‌ । ଆଜି ପୁଣି ସୁନ୍ଦରଗଡ଼ରେ ୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଗୋଟିଏ ଦିନରେ ପୁଣି ୭ ଆକ୍ରନ୍ତ ଚିହ୍ନଟ ହୋଇଥିଲେ । ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଁଞ୍ଚିଛି। ଗତକାଲି ୩୭ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ।

ଏହାର ପଜିଟିଭ ସଂଖ୍ୟା ଏବେ ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ଲୋକମାନଙ୍କ ମଧ୍ୟରେ ଚିନ୍ତା ବଢାଇବାରେ ଲାଗିଛି । ତେବେ ସମଗ୍ର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଉପରେ ପହଁଞ୍ଚିଲାଣି । ରାଜ୍ୟର କେବଳ ସୁନ୍ଦରଗଡ଼ ଜିଲ୍ଲା ନୁହେଁ ବରଂ ବରଗଡ଼ ଜିଲ୍ଲାରେ ମଧ୍ୟ ଏହି ସଂକ୍ରମଣ ବଢୁଛି । ଏହି ରୋଗର ନିରାକରଣ ପାଇଁ ଏହି ଦୁଇଟି ଜିଲ୍ଲାକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ପଠାଯାଇଛି ।

ଚିଗର ପୋକ କାମୁଡ଼ିଲେ ସ୍କ୍ରବ ଟାଇଫସ ରୋଗ ହୋଇଥାଏ। ପ୍ରଥମେ ରୋଗୀ ଶରୀରରେ ଘା ଭଳି ହୁଏ। ଘା ଚାରିପାଖ ନାଲି ପଡ଼ିଯାଏ। ଧୀରେ ଧୀରେ ମଝି ଅଂଶ କଳା ପଡ଼ିଯାଏ । ରୋଗୀଙ୍କୁ ଜ୍ବର ହେବା ସହ ଘୋଳାବିନ୍ଧା ହୁଏ। ଏଭଳି ଲକ୍ଷଣ ଦେଖାଗଲେ, ତୁରନ୍ତ ସ୍କ୍ରବ ଟାଇଫସ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.