ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ସମନ୍ଵୟ ବୈଠକ, ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା

ପୁରୀ(କେନ୍ୟୁଜ୍‌): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ରଥଯାତ୍ରା ସମନ୍ଵୟ ବୈଠକ। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ରଥନିର୍ମାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ୍‌ ଯୋଗାଣ, ଆଇନଶୃଙ୍ଖଳା, ସ୍ୱାସ୍ଥସେବା, ଖାଦ୍ୟ ଓ ଜଳଯୋଗାଣ ଏବଂ ଯୋଗାଯୋଗ ବ୍ୟବସ୍ଥା ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା କରାଯିବ।

ଏପଟେ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସେବାୟତ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ ତୃତୀୟ ଡୋଜ୍‌ କୋଭିଡ୍‌ ଟିକା ଦିଆଯିବ। ରଥଯାତ୍ରା ସମୟରେ ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ଥିବାବେଳେ ପରିଚାଳନା ଦାୟିତ୍ୱରେ ଥିବା ସେବାୟତ ଓ କର୍ମଚାରୀଙ୍କ ଟିକାକରଣ ଶେଷ ହେବା ଜରୁରୀ। ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାପାଳ ଓ ଏସ୍‌ଜେଟି କର୍ତ୍ତୁର୍ପକ୍ଷଙ୍କୁ ଚିଠି ଲେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.