ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅଣସର ସେବାର ଦ୍ୱିତୀୟ ଦିନ, ଶ୍ରୀବିଗ୍ରହମାନଙ୍କ ଚାଲିଛି ଗୁପ୍ତ ଉପଚାର

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅଣସର ସେବାର ଦ୍ୱିତୀୟ ଦିନ । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଏବେ ଜ୍ଵରରେ ପୀଡିତ ହୋଇ ଅନବସରରେ ଅଛନ୍ତି । ଅଣସର ପିଣ୍ଡିରେ ପାରମ୍ପରିକ ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କ ଗୁପ୍ତ ଉପଚାର କରାଯାଉଛି ।

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଅଣସର ସେବାର ଦ୍ୱିତୀୟ ଦିନ । ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଏବେ ଜ୍ଵରରେ ପୀଡିତ ହୋଇ ଅନବସରରେ ଅଛନ୍ତି । ଅଣସର ପିଣ୍ଡିରେ ପାରମ୍ପରିକ ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କ ଗୁପ୍ତ ଉପଚାର କରାଯାଉଛି ।

ମହାପ୍ରଭୁ ଏବେ ଅସୁସ୍ଥ ଥିବାରୁ ଚକଟା ଭୋଗ କ୍ଷୀର ସର କର୍ପୁର ଏବଂ ବିଭିନ୍ନ ନୈବେଦ୍ୟରେ ପ୍ରସ୍ତୁତ କରାଯାଉଛି ଅଣସର ପଣା । ଏହି ଅଣସର ପଣା ଦଇତାପତି ସେବାୟତ ମାନେ ପ୍ରସ୍ତୁତ କରି ମହାପ୍ରଭୁ ଙ୍କୁ ଅର୍ପଣ କରିଥାନ୍ତି ।

ଆଜି ଶ୍ରୀ ଜୀଉଙ୍କ ଓଦା ବସ୍ତ୍ର ଓଲାଗି ପରେ ଜ୍ୱରରୁ ଉପସମ ଲାଗି ଶ୍ରୀ ଅଙ୍ଗ ସେବାରେ ଲାଗିଛନ୍ତି ଦଇତାପତି ସେବକ। ଅଣସରରେ ଚତୁର୍ଦ୍ଧାମୂର୍ତ୍ତି ଥିବାରୁ ବାହାର କାଠ ନିକଟରେ ଦଶାବତାରଙ୍କ ସହ ପଟି ଦିଅଁଙ୍କୁ ପୂଜା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.