ଜୁଲାଇରେ ଲଞ୍ଚ ହେବ Kia Seltos Facelift 

ଆସନ୍ତା ଜୁଲାଇରେ ଆସିବ Kia Seltos Facelift, ନୂଆ ମଡେଲରେ ଫିଚର୍ସ ରହିବ ଜବରଦସ୍ତ 

କିଆ ଇଣ୍ଡିଆ ସେଲଟସ୍ ଚଳିତ ବର୍ଷ ଜୁଲାଇ କିମ୍ବା ଅଗଷ୍ଟ ମଧ୍ୟରେ ଭାରତୀୟ ବଜାରରେ ନିଜର ନୂଆ ସେଲଟସ୍ ଏସୟୁଭି ମଡେଲର ଫେସଲିଫ୍ଟ ଭର୍ସନ କୁ ମାର୍କେଟକୁ ଆଣିବ। 2023 Kia Seltos Facelift ଭାରତୀୟ ସଡ଼କରେ ଅନେକ ଥର ଟେଷ୍ଟିଂ ସମୟରେ ନଜରକୁ ଆସିଛି।

ଯଦି ଆପଣ ବି କାର ପ୍ରେମୀ ଆଉ ଏକ ଭଲ କାର କିଣିବା ଖୋଜରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଏସୟୁଭିର ଅପଡେଟେଡ ଭର୍ସନ ପ୍ରଥମରୁ ହିଁ ଦକ୍ଷିଣ କୋରିଆ ଓ ଆମେରିକା ସମେତ କିଛି ବଛା ବଛା ଅନ୍ତରାଷ୍ଟ୍ରୀୟ ବଜାରରେ ବିକ୍ରି ହେଉଛି। ଏହାର ଷ୍ଟାଇଲିଂରେ ପରିବର୍ତ୍ତନ ହୋଇଥିବାର ଦେଖିବାକୁ ମିଳିଛି।  କେବଳ ଏତିକି ନୁହେଁ ବରଂ ଏଥିରେ ନୂଆ ଟର୍ବୋ ପେଟ୍ରୋଲ ଇଞ୍ଜିନ ଓ ଅପଡେଟେହ ଷ୍ଟିୟରିଂ ପାଇବେ।

ଏହାର ଏକ୍ସ ଲାଇନ ଭାରିଏଣ୍ଟରେ ନୂଆ ଭର୍ସନ ବି ବଜାରକୁ ଆସିବ। ଏଥିରେ ନୂଆ 1.5 ଲିଟର ଟର୍ବୋ ପେଟ୍ରୋଲ ଇଞ୍ଜିନ ହେବାର ସମ୍ଭାବନା ରହିଛି। ନୂଆ ମଡେଲରେ ଗ୍ଲୋବାଲ ସ୍ପେକ ମଡେଲ ରେ ପ୍ରେରିତ ଡିଜାଇନ ବଦଳିକି ଆସିବ। SUV ର ଫ୍ରଣ୍ଟ ଫେସ ରେ ରିବାଇଣ୍ଡ ଗ୍ରିଲ ରହିବାର ସମ୍ଭାବନା ରହିଛି। ଯାହା ଆକାରରେ ବଡ଼ ରହିବ। ଏଥିରେ ଏକ ନୂଆ ମେସ୍ ପ୍ୟାଟର୍ଣ୍ଣ ଦିଆଯିବାର ସମ୍ଭବନା ରହିଛି। ଏଥିରେ ଆପଣ ସିଗନେଚର ଟାଇଗର ନୋଜ ଡିଜାଇନ ରହିବ। ନୂଆ ଷ୍ଟାଇଲ  ଏଲଇଡ଼ିରେ ଡେ-ଟାଇମ ରନିଂ ଲ୍ୟାମ୍ପ ଅବ୍ ଗ୍ରିଲରେ ରହିବାର ଆଶଙ୍କା ରହିଛି।

SUV ରେ ନୂଆ ଟେଲଗେଟ ଓ ନୂଆ ଦୁଆଲ ଟୋନ ଫିନିଶ ରିୟର ବମ୍ପର ରହିବାର ଆଶଙ୍କା ରହିଛି। ଯେଉଁଥିରେ ରିପୋଜିଶନ୍ଡ ରିଫ୍ଲେକଟର ଓ ଗୋଟିଏ ଫକ୍ସ ସ୍କିଡ ପ୍ଲେଟ ରହିଛି। ଏସୟୁଭି ରେ ନୂଆ ଷ୍ଟାଇଲ ର ୧୭ ଇଞ୍ଚର ଆଲାଓ ହ୍ବିଲ୍ସ ସହିତ ଇଣ୍ଟେରିୟରରେ ଇନଷ୍ଟ୍ରୁମେଣ୍ଟ କନସୋଲ ଓ ଇନଫୋଟେନମେଣ୍ଟ ୟୁନିଟ ରହିଛି। ଏହାପାଇଁ ଟ୍ବିନ କନେକ୍ଟେଡ ସ୍କ୍ରିନ ଲେଆଉଟ ରହିଛି।  ଏଥିରେ ଡେସବୋର୍ଡ ଲେଆଉଟ ଅପଡେଟ କରି ଦିଆଯିବାର ଆଶଙ୍କା ରହିଛି।

ସୂଚନା ଅନୁସାରେ ଏହି ନୂଆ ସେଲଟୋସ୍ ରେ ପାନାରୋମିକ ସନରୁଫ ମିଳୁଛି। ଯାହା ପୁରୁଣା ମଡେଲ ରେ ନାହିଁ। ଏସୟୁଭିରେ ଅଟୋନୋମସ୍ ଏମରଞ୍ଜେନ୍ସି ବ୍ରେକିଂ, ବ୍ଲାଇଣ୍ଡ ସ୍ପଟ ମନିଟରିଂ , ଆଡପ୍ଟିଭ କ୍ରୁଜ କଣ୍ଟ୍ରୋଲ  , ଲେନ ଆସିଷ୍ଟ ଭଳି ଫିଚର୍ସ ରହିଛି । ଏଥିରେ ADAS  ରହିବାର ଶୁଣିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.