ଅଣସର ଘରେ ମହାପ୍ରଭୁ : ଜ୍ୱର ଉପଶମ ପାଇଁ ଚାଲିଛି ଗୁପ୍ତ ସେବା

ସ୍ନାନ ପରେ ଏବେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା । ଅଣସର ପିଣ୍ଡିରେ ପାରମ୍ପରିକ ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କ ଗୁପ୍ତ ଉପଚାର କରାଯାଉଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଗୁପ୍ତ ସେବା କରୁଛନ୍ତି ।

ପୁରୀ (କେନ୍ୟୁଜ): ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଏବେ ଜ୍ଵରରେ ପୀଡିତ ହୋଇ ଅଣସରରରେ ଅଛନ୍ତି । ଅଣସର ପିଣ୍ଡିରେ ପାରମ୍ପରିକ ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କ ଗୁପ୍ତ ଉପଚାର କରାଯାଉଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଗୁପ୍ତ ସେବା କରୁଛନ୍ତି । ମହାପ୍ରଭୁଙ୍କଠାରେ ଅଣସର ସମୟରେ ଧଳା ଫୁଲ, ପଣା ଓ ଚକଟା ଭୋଗ ସହ ଫଳମୂଳ ଲାଗି ହୋଇଥାଏ ।

ଏହି ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଥିବା ବେଳେ ତୁଳସୀ ମଧ୍ୟ ଲାଗି କରାଯାଇ ନଥାଏ । ଅଣସରରେ ଥିବା ଚତୁର୍ଦ୍ଧାମୂର୍ତ୍ତି ଥିବାରୁ ବାହାର କାଠ ନିକଟରେ ଦଶାବତାରଙ୍କ ସହ ପଟି ଦିଅଁଙ୍କୁ ପୂଜା କରାଯାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଦଳରେ ଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ବଦଳରେ ମା ଭୁବନେଶ୍ୱରୀ ପଟିଦିଅଁ ଭାବେ ପୂଜିତ ହେଉଛନ୍ତି । ମହାପ୍ରଭୁଙ୍କ ଅଣସର ନୀତି ଚାଲିଥିବା ବେଳେ ଏହି ସମୟରେ ଶ୍ରୀମନ୍ଦିରରେ ଭଜନ, କୀର୍ତ୍ତନ ନିଷିଦ୍ଧ ରହିବାର ବିଧି ରହିଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.