ଓଡ଼ିଶା ଆସୁଛନ୍ତି ମମତା ବାନାର୍ଜୀ : ରେଳ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ

ପୁଣି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରେଳ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ ମମତା । ବାହାନଗା ଟ୍ରେନ ଦୁର୍ଘଟଣା ପରେ ଏହା ହେବ ମମତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଦିନ ଗୋଟାଏରେ ଆସିବେ । ଭୁବନେଶ୍ୱର ଓ କଟକ ଯିବେ । ରେଳ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ ମମତା । ବାହାନଗା ଟ୍ରେନ ଦୁର୍ଘଟଣା ପରେ ଏହା ହେବ ମମତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ ।

ଗତକାଲି କୋଲକାତାରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଦିଦି । ବାଲେଶ୍ୱର ରେଳ ଦୁର୍ଘଟଣାରେ ହାତଗୋଡ଼ ହରାଇ ଅକର୍ମଣ୍ୟ ପାଲଟିଥିବା ବ୍ୟକ୍ତିଙ୍କ ପରିବାରର ଜଣକୁ ସ୍ପେଶାଲ ହୋମଗାର୍ଡ ଚାକିରୀ ଦେବାକୁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ଏହି ଅବସରରେ ସେ କେନ୍ଦ୍ର ସରକାର ଉପରେ ପୁଣି ବର୍ଷିଛନ୍ତି । ବର୍ତ୍ତମାନ ସତ ଲୁଚାଇବାର ସମୟ ନୁହେଁ, ବରଂ ସତ ବାହାରେ ପ୍ରକାଶ କରିବାର ସମୟ ବୋଲି କହିଛନ୍ତି ମମତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.