ନକଲି ଡାକ୍ତର କ୍ଲିନିକରେ ଗୁପ୍ତ କୋଠରୀ: ଅଙ୍ଗ ତସ୍କରି ନେଇ ଆସିଥିବା ଅଭିଯୋଗର ସତ୍ୟତା କେତେ ?

ଭୁବନେଶ୍ବର(କେନ୍ୟୁଜ୍):ନକଲି ଡାକ୍ତରକୁ ଗୁଡ଼େଇତୁଡ଼େଇ ଜେରା । ମିଳୁଛି ନୂଆ ନୂଆ ତଥ୍ୟ । ଢେଙ୍କାନାଳ କାମାକ୍ଷାନଗରରେ ଥିବା ଅଭିଯୁକ୍ତ ରମେଶ ସ୍ୱାଇଁର କ୍ଲିନିକ ଓ ଫାର୍ମ ହାଉସରେ କମିଶନରେଟ ପୋଲିସ ସ୍ୱତନ୍ତ୍ର ଟିମର ରେଡ । କ୍ଲିନିକରେ ଗୁପ୍ତ କୋଠରୀର ସନ୍ଧାନ । ଗୁପ୍ତ କୋଠରୀରେ ଖାନତଲାସୀ କରିିଛି ସ୍ୱତନ୍ତ୍ର ଟିମ୍‌ । ଏଠି ପ୍ରଶ୍ନ ଉଠୁଛି ଗୁପ୍ତ କୋଠରୀରେ କ’ଣ କରୁଥିଲେ ରମେଶ ? ଅଙ୍ଗ ତସ୍କରି ନେଇ ଆସିଥିବା ଅଭିଯୋଗର ସତ୍ୟତା କେତେ ? କାମାକ୍ଷାନଗରରେ ଥିବା ଫାର୍ମ ହାଉସ କାହା ନାଁରେ ରହିଛି ? ଏସବୁ ଦିଗକୁ ନେଇ ରମେଶକୁ ମାରାଥନ ଜେନା କରିଛି ଟିମ ।

ଧୋକାବାଜ ରମେଶ ସ୍ୱାଇଁ ପାଖରୁ ମିଳିଥିବା ଡାଏରୀରେ ରହିଛି ଶହେରୁ ଅଧିକ ମୋବାଇଲ ଫୋନ ନମ୍ବର । ସେସବୁ ନମ୍ବରକୁ ଯାଞ୍ଚ କରୁଛି ପୋଲିସ । ରମେଶ ଦ୍ୱାରା ଠକେଇର ଶିକାର ହୋଇଥିବା ମହିଳାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି । ଠକେଇ ଘଟଣାର ତଦନ୍ତ ପାଇଁ ଭୁବନେଶ୍ଵର ଡିସିପିଙ୍କ ନେତୃତ୍ୱରେ ଗଠନ ହୋଇଛି ପିଙ୍କ ଟିମ । ବ୍ୟାଙ୍କ କର୍ମଚାରୀଙ୍କ ସହ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ସାଇବର ବିଶେଷଜ୍ଞ ପିଙ୍କ ଟିମକୁ ତଦନ୍ତରେ ସହଯୋଗ କରୁଛନ୍ତି । ଏଯାଏ ଧୂର୍ତ୍ତ ରମେଶ ନାଁରେ ବିଭିନ୍ନ ଥାନାରେ ୧୪ରୁ ଅଧିକ ମାମଲା ରୁଜୁ ହେଲାଣି ।

ଅଭିଯୁକ୍ତ ରମେଶର କ୍ରାଇମ ପାର୍ଟନର ଭଉଣୀ ରଶ୍ମିତାକୁ ଗିରଫ କରିଛି ପୋଲିସ । ଏବେ ସ୍କାନରରେ ଅଛନ୍ତି ରମେଶର ଦ୍ୱିତୀୟ ପତ୍ନୀ, ଭିଣୋଇ, ଡ୍ରାଇଭର । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢାଉ କରୁଛି ସ୍ୱତନ୍ତ୍ର ଟିମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.