ଦୁଇଦିନିଆ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ଗସ୍ତରେ 5T ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ବିକାଶର ଶିଖରରେ ପହଞ୍ଚିବ ସମ୍ବଲପୁର। ଦୁଇଦିନିଆ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଆଜି ପ୍ରଥମେ ସମଲେଶ୍ୱରୀ ମନ୍ଦିର ଓ ପରେ ହୁମାର ବକ୍ର ମନ୍ଦିର ଯାଇ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ ପୂଜକ ଓ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି।

ବିକାଶର ଶିଖରରେ ପହଞ୍ଚିବ ସମ୍ବଲପୁର। ଦୁଇଦିନିଆ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ଆଜି ପ୍ରଥମେ ସମଲେଶ୍ୱରୀ ମନ୍ଦିର ଓ ପରେ ହୁମାର ବକ୍ର ମନ୍ଦିର ଯାଇ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ ପୂଜକ ଓ ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି।

ଖୁବ ଶୀଘ୍ର ମନ୍ଦିରର ପୁନର୍ନିମାଣ କରାଯିବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ। ପରେ ରେଢାଖୋଲ ଯାଇ କନ୍ଧରା ଠାରେ ସନ୍ଥ ଭୀମଭୋଇ ସ୍ମୃତି ପୀଠ ଠାରେ ଭୀମଭୋଇଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ମୃତି ପୀଠର ବିକାଶ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସେଠାରେ ବୁଣାକାରମାନଙ୍କୁ ଭେଟି ସେମାନଙ୍କ ସହ ସୁବିଧା ଅସୁବିଧା ନେଇ ପଚାରି ବୁଝିଥିଲେ 5T ସଚିବ। ୧୫ଦିନ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି। ପରେ କଦଳୀଗଡ଼ ଠାରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମଧୁପୁର ଠାରେ ସନ୍ଥ ଭୀମଭୋଇ ପ୍ରାପ୍ତି ପୀଠ ପରିଦର୍ଶନ କରିବା ସହ ସ୍ଥାନୀୟ ବାସିନ୍ଦା ଓ ମହିମାଧର୍ମାବଲମ୍ବୀଙ୍କ ସହ ଆଲୋଚନା କରିଥିଲେ। ରେଢାଖୋଲ ଏନଏସିରେ ମଧ୍ୟ ସନ୍ଥ ଭୀମଭୋଇଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ପରେ ଜଗନ୍ନାଥ ମନ୍ଦିର ଓ ପଞ୍ଚଖଣ୍ଡା ମନ୍ଦିର ଯାଇ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି। କଦମ ପଡ଼ିଆ ଠାରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ସେମାନଙ୍କ ଠାରୁ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି। ନାକଟିଦେଉଳି ଠାରେ 5T ଉପକ୍ରମରେ ରୂପାନ୍ତରିତ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ସ୍କୁଲର ଅଗ୍ରଗତି ନେଇ ପଚାରି ବୁଝିଛନ୍ତି। ସମ୍ବଲପୁର ମଣ୍ଡଲିଅ ଗ୍ରାଉଣ୍ଡରେ ମିଶନ ଶକ୍ତି ସଦସ୍ୟାଙ୍କ ସହ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ।

ସମ୍ବଲପୁର ପରେ ଦେବଗଡ଼ରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ସଚିବ। ଖୁବ ଶୀଘ୍ର ପ୍ରଧାନପାଟ ଜଳପ୍ରପାତ ଓ ଇକୋ ଟୁରିଜିମ୍‌ର ବିକାଶ କରାଯିବ। ଦେବଗଡ଼ ଜିଲ୍ଲାର ସମସ୍ତ ଡିଗ୍ରୀ ଓ ଯୁକ୍ତ ୨କଲେଜକୁ 5T ଉପକ୍ରମରେ ସାମିଲ କରାଯାଇ ରୂପାନ୍ତରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ୧୧୫ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ଅକ୍ଟୋବର ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.