ସକାଳ ୧୦ଟା ୫୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁରକ୍ଷା ପାଇଁ ୩୪ ପ୍ଲାଟୁନ ପୋଲିସ ଫୋର୍ସ ହେବେ ମୁତୟନ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶା ଆସୁଛନ୍ତି ମହାମହିମ। ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଏହାପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ସମର୍ଥନ ପାଇଁ’ଆସିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଥିଲେ । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ଓ ପୁରୀରେ ବ୍ୟାପକ ପ୍ରସ୍ତୁତି। ତ୍ରୁଟିଶୂନ୍ୟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଏହା ପୂର୍ବରୁ ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ରାଜଭବନ ପର୍ଯ୍ୟନ୍ତ କାରକେଡ୍‌ ରିହରସଲ୍‌ ହୋଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି ।

ବ୍ଲୁ ବୁକ୍‌ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ମୁତୟନ ହେବେ ୩୪ ପ୍ଲାଟୁନ୍‌ ପୋଲିସ ଫୋର୍ସ । ସୁରକ୍ଷା ଦାୟିତ୍ୱରେ ରହିବେ ୪ ଜଣ ଡିସିପି ର‍୍ୟାଙ୍କର ଅଫିସର, ୨୨ ଜଣ ଅତିରିକ୍ତ ଡିସିପି, ୬୨ ଜଣ ଏସିପି, ୨୦୦ ଏସଆଇ ଓ ଏଏସ୍‌ଆଇ । ଏୟାରପୋର୍ଟରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯିବ ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀରେ କାରକେଡ୍‌ ରିହରସଲ୍‌ କରାଯାଇଛି । କାଲି ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଯିବେ ଶ୍ରୀକ୍ଷେତ୍ର ପୁରୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ । ସୁରକ୍ଷା ପାଇଁ ନିୟୋଜିତ ହେବେ ୨୪ ପ୍ଲାଟୁନ୍‌ ପୋଲିସ ଫୋର୍ସ । ଶ୍ରୀମନ୍ଦିରକୁ ପାଛୋଟି ନେବେ କୌଳିକ ପଣ୍ଡା । ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ୍‌ ବିତାଇବା ସହ ରାଷ୍ଟ୍ରପତି ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମନ୍ଦିର ଦର୍ଶନ ପରେ ରାଷ୍ଟ୍ରପତି ରାଜଭବନକୁ ପ୍ରତ୍ୟାବର୍ତ୍ତନ କରିବେ । ରାଜଭବନରେ ରାଷ୍ଟ୍ରପତି ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି । ୩ଟା ପରେ ରାଜଭବନରୁ ଭୁବନେଶ୍ୱର ଫେରିବେ ।

ରାଷ୍ଟ୍ରପତିଙ୍କ ପାଇଁ ସଜେଇ ହୋଇଛି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ । ୧୧ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସବୁ ସ୍ଥାନ ପରିଦର୍ଶନ କରିବେ । ତାପୂର୍ବରୁ ନୂଆ ରୂପରେ ସଜେଇ ହେଉଛି ବିଦ୍ୟାଳୟ ଓ ଛାତ୍ରୀ ନିବାସ । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ଗୀତ ଓ ନାଚର ଅଭ୍ୟାସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.