ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଘରୁ ଲକ୍ଷାଧିକ ଟଙ୍କାର କୋଭିଡ୍‌ ସାମଗ୍ରୀ ଠାବ, ସ୍ତ୍ରୀଙ୍କ ନାଁରେ ଠକାମୀ ଅଭିଯୋଗ ଆଣିଲେ ସ୍ୱାମୀ !

ଆଠଗଡ଼ (କେନ୍ଯୁଜ୍): ଲକ୍ଷାଧିକ ଟଙ୍କାର କୋଭିଡ୍‌ ସାମଗ୍ରୀ ଠାବ । ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଘରୁ କୋଭିଡ ସାମଗ୍ରୀ ଠାବ କରାଯାଇଛି । ସ୍ତ୍ରୀଙ୍କ ନାଁରେ ଠକାମୀ ଅଭିଯୋଗ ଆଣିଲେ ସ୍ୱାମୀ । କଟକ ଜିଲ୍ଲା ଆଠଗଡ଼ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ କର୍ମଚାରୀ ପ୍ରଭାତି ବିଶ୍ୱାଳ ଏବଂ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ସୁନିଲ କୁମାର ସାହୁ ଲକ୍ଷାଧିକ ଟଙ୍କାର କୋଭିଡ୍‌ ସାମଗ୍ରୀ ବାହାରେ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି ।

ଏନେଇ ଚୌଦ୍ୱାର ଥାନାରେ ପ୍ରଭାତିଙ୍କ ସ୍ୱାମୀ ଧନେଶ୍ୱର ବରାଳ ଅଭିଯୋଗ କରିଛନ୍ତି । ପ୍ରଭାତି ଏବଂ ସୁନିଲ୍‌ କଟକରେ କୋଭିଡ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଏହି ସାମଗ୍ରୀକୁ ବାହାରେ ଚଢା ଦରରେ ବିକ୍ରୀ କରି ମାଲାମାଲ ହେଉଥିଲେ । ଏବେ ସୁନିଲ୍‌ ଏବଂ ତାଙ୍କ ପତ୍ନୀ ଫେରାର ରହିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗନୁଯାୟୀ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.