ଭିଜିଲାନ୍ସ ହାତରେ OCCL ସିନିୟର ମ୍ୟାନେଜର, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନରେ ଚଢାଉ
ସମ୍ବଲପୁର(କେନ୍ଯୁଜ୍): ଭିଜିଲାନ୍ସ ହାତରେ OCCL ସିନିୟର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି।
ସମ୍ବଲପୁରସ୍ଥିତ ଚୈତନ୍ୟନଗର ଘର ସହ ଏକକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍ । ରଞ୍ଜନଙ୍କ ବାସଭବନ ସମେତ ଅଫିସ ଓ ତାଙ୍କ ଶ୍ୱଶୁର ଘରେ ମଧ୍ୟ ରେଡ୍ ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।