Below header

ଅସହାୟ ମହିଳାଙ୍କୁ ମେଡିକାଲ ପଠାଇ ମହାନତା ଦେଖାଇଲେ ସମିତି ସଭ୍ୟ, ମହତ କାର୍ଯ୍ୟ କରି ସାଉଣ୍ଟୁଛନ୍ତି ପ୍ରଶଂସା

ଗତ କିଛି ଦିନ ହେଲା ଏକ ଅଜଣା ମହିଳା ରାଇକିଆ ବ୍ଳକ ଅନ୍ତର୍ଗତ ବେରେଡାକିଆ ରାସ୍ତା କଡ଼ରେ ପଡ଼ି ରହିଥିଲେ । ଅସହାୟ ଅବସ୍ଥାରେ କାହାକୁ ଚିହ୍ନିବାକୁ ବି ସକ୍ଷମ ନଥିଲେ । ରୋଗରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ ।

ରାଇକିଆ  (କେନ୍ୟୁଜ); ଆଜିର ଏ ସ୍ୱାର୍ଥପର ଦୁନିଆରେ ମଣିଷ ନିଜ କଥା ବୁଝିବାକୁ ବି ସମୟ ନାହିଁ । କିନ୍ତୁ କିଛି ମଣିଷ ଏପରି ଅଛନ୍ତି ଯେଉଁମାନେ ଅସହାୟ ମଣିଷଙ୍କ ଦୁଃଖ ବୁଝନ୍ତି । ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା ବି କରନ୍ତି । କନ୍ଧମାଳ ଜିଲ୍ଲା ରାଇକିଆ ଅନ୍ତର୍ଗତ ବେରେଡାକିଆ ରାସ୍ତା କଡ଼ରେ ପଡିରହିଥିବା ଅଜଣା ରୋଗରେ ଆକ୍ରାନ୍ତ ଥିବା ଜଣେ ଅଜଣା ମହିଳାଙ୍କୁ ସାହାଯ୍ୟ କରିଛନ୍ତି ସମିତି ସଭ୍ୟ । ଅସହାୟ ମହିଳାଙ୍କୁ ମେଡିକାଲ ପଠାଇ ମହାନତା ଦେଖାଇଛନ୍ତି ଡଢଙ୍ଗିଆ ସମିତି ସଭ୍ୟ ପ୍ରଦୀପ ପ୍ରଧାନ ଏବଂ ଜିଲ୍ଲା ସଂଖ୍ୟାଲଘୁ ସଭାପତି ଦୟାନନ୍ଦ ନାୟକ ।

ସୂଚନା ଅନୁଯାୟୀ ଗତ କିଛି ଦିନ ହେଲା ଏକ ଅଜଣା ମହିଳା ରାଇକିଆ ବ୍ଳକ ଅନ୍ତର୍ଗତ ବେରେଡାକିଆ ରାସ୍ତା କଡ଼ରେ ପଡ଼ି ରହିଥିଲେ । ଅସହାୟ ଅବସ୍ଥାରେ କାହାକୁ ଚିହ୍ନିବାକୁ ବି ସକ୍ଷମ ନଥିଲେ । ରୋଗରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଦେହ ସାରା ଘା ହୋଇ ପୋକ ଲାଗି ଯାଇଥିଲା, ଯେଉଁଥିପାଇଁ ଅସହାୟ ମହିଳାଙ୍କ ନିକଟକୁ କେହି ବି ଯାଉନଥିଲେ । ଅତି ଦୟନୀୟ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ି ରହିଥିଲେ ।

ତେବେ ସେଠାକାର ପୂଜା , ପୁଷ୍ପିତା ଏବଂ ସରିତା ନାମକ ତିନି ଜଣ ମହିଳା ସେଠାରେ ଦୋକାନ କରି ବ୍ୟବସାୟ କରୁଥିବା ସମୟରେ ମହିଳାଙ୍କୁ ଦେଖିଥିଲେ । ପରେ ଉକ୍ତ ଅସହାୟ ମହିଳାଙ୍କୁ ନେଇ ଏକ ପଡ଼ିଆରେ ଗାଧୋଇ ଦେଇଥିଲେ ଏବଂ କିଛି ଖାଇବାକୁ ଦେଇଥିଲେ । ଏହା ପରେ ଜିଲ୍ଲା ସଂଖ୍ୟାଲଘୁ ସଭାପତି ଦୟାନନ୍ଦ ନାୟକ ଏବଂ ପୂର୍ବତନ ରାଇକିଆ ବ୍ଳକ ଅଧକ୍ଷ ବା ବର୍ତ୍ତମାନର ଦଡ଼ଙ୍ଗିଆ ସମିତି ସଭ୍ୟ ପ୍ରଦୀପ ପ୍ରଧାନଙ୍କୁ ଖବର ଦେଇଥିଲେ । ଖବର ଶୁଣିବା ମାତ୍ରେ ପ୍ରଦୀପ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ମିଶନିରୀସ୍ ଅଫ୍ ଚାରିଟି ସୁକାନାଣ୍ଡାକୁ ଖବର ଦେଇଥିଲେ । ଖବର ପାଇ ସିଷ୍ଟର ମାନେ ସେଠାରେ ପହଞ୍ଚିଥିଲେ ଏବଂ ମହିଳାଙ୍କୁ ବହୁ କଷ୍ଟରେ ଗାଡ଼ିରେ ବସାଇ ସିଶନ ଅଫ୍ ଚାରିଟି ସୁକାନାଣ୍ଡାକୁ ନେଇଥିଲେ । ମହିଳା ଜଣଙ୍କ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଅଛି ।

ଏଭଳି ମହତ କାର୍ଯ୍ୟ କରିଥିବାରୁ ପ୍ରଦୀପ ପ୍ରଧାନ ଏବଂ ଦୟାନନ୍ଦ ନାୟକଙ୍କୁ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି । ଆଜିକାଲିର ଦୁନିଆରେ କେହି କାହାର ସାହାଯ୍ୟ କରିବା ବଡ଼ କଥା । ତେବେ ପ୍ରଦୀପ ପ୍ରଧାନ ଏବଂ ଅନ୍ୟମାନଙ୍କ ସାହାଯ୍ୟ ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.