ପୋଖରୀରେ ପଶିଗଲା ଟ୍ରାକ୍ଟର, ୭ ପିଲାଙ୍କ ସମେତ ୧୫ ମୃତ

ଟ୍ରାକ୍ଟର ଅନିୟନ୍ତ୍ରିତ ହୋଇ ପୋଖରୀକୁ ପଶିଯାଇଥିଲା । ଫଳରେ ଟ୍ରଲିରେ ଥିବା ୭ ଜଣ ପିଲାଙ୍କ ସହିତ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଭୟଙ୍କର ଚିତ୍କାର ଶୁଣାଯାଇଥିଲା । ସ୍ଥାନୀୟ ଗ୍ରାମବାସୀ ଏବଂ ପୋଲିସ କର୍ମଚାରୀ ଉଦ୍ଧାର କରିଥିଲେ ।

ଉତ୍ତରପ୍ରଦେଶ କାସଗଂଜରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୧୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୭ ଜଣ ପିଲା ରହିଛି । ଦୁର୍ଘଟଣା ପରେ ଗ୍ରାମୀଣ ଏବଂ ପୋଲିସ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି ।

ଖବର ମୁତାବକ, ୟୁପି କାସଗଂଜନର ପାଟିୟାଲି ଦରିୟାଗଂଜ ରାସ୍ତାରେ ଏକ ଟ୍ରାକ୍ଟର ଅନିୟନ୍ତ୍ରିତ ହୋଇ ପୋଖରୀକୁ ପଶିଯାଇଥିଲା । ଫଳରେ ଟ୍ରଲିରେ ଥିବା ୭ ଜଣ ପିଲାଙ୍କ ସହିତ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଭୟଙ୍କର ଚିତ୍କାର ଶୁଣାଯାଇଥିଲା । ଏହା ଶୁଣି ସ୍ଥାନୀୟ ଗ୍ରାମବାସୀ ଏବଂ ପୋଲିସ କର୍ମଚାରୀ ଉଦ୍ଧାର କରିଥିଲେ । ତେବେ ମୃତକଙ୍କ ଭିତରେ ୭ ଜଣ ପିଲା ଏବଂ ୮ ଜଣ ମହିଳା ରହିଥିବା ଖବର ମିଳିଛି । ଟ୍ରାକ୍ଟରରେ ୪୦ ଜଣ ଲୋକ ଥିଲେ ବୋଲି ଖବର ମିଳିଛି ।

ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ମୃତଦେହକୁ ଜବତ କରି ଘଟଣାର ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.