ରିପୋର୍ଟିଂ ବେଳେ ଜୀବନକୁ ପାଣି ଛଡାଇ ଚାଲିଗଲେ ଅରିନ୍ଦମ ଦାସ୍, ଗଣମାଧ୍ୟମ ଜଗତରେ ଶୋକର ଛାୟା

କେନ୍ୟୁଜ୍(ବ୍ୟୁରୋ): ଅରିନ୍ଦମ କେବ ପଛ ଘୁଞ୍ଚା ଦେଉନଥିବା ସାମ୍ବାଦିକ ଟିଏ । ବନ୍ୟା ହେଉ ବାତ୍ୟା ହେଉ କିମ୍ବା ହେଉ ଯେତେବଡ ପ୍ରତିକୂଳ ପରିସ୍ଥିତି ସବୁ  ବେଳେ ନିଜର ପାରଦର୍ଶିତା ଦେଖାଇ ଖବର ପରିବେଷଣ  କରିଥିବା ସାମ୍ବାଦିକ ଟିଏ ହେଉଛନ୍ତି ଅରିନ୍ଦମ ଦାସ। ଆଜି ରିପୋର୍ଟିଂ କରିବାକୁ ଯାଇ ନିଜ ଜୀବନକୁ  ବାଜି ଲାଗାଇ  ଅକାଳରେ ଚାଲି ଯାଇଛି ଏହି ଯୁବ ସାମ୍ବାଦିକଙ୍କ ଜୀବନ।

ଅପରେସନ ଗଜରାଜ ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ୍ ସହ ସାମିଲ ଥିଲେ ଅରିନ୍ଦମ ଓ ତାଙ୍କ ସହଯୋଗୀ କ୍ୟାମେରା ମ୍ୟାନ୍ ପ୍ରଭାତ ସିହ୍ନା। ମୁଣ୍ଡଳି ବ୍ରିଜ ନିକଟରେ  ହଠାତ ତାଙ୍କ ଡଙ୍ଗା ଦୁର୍ଘଟଣାର ଶିକାର ହୋଇଥିଲା । ଗୁରୁତର ଅବସ୍ଥାରେ ୩ ଓଡ୍ରାଫ୍ ଟିମଙ୍କ ସହ ଅରିନ୍ଦମ ଓ ତାଙ୍କ ସହଯୋଗୀ କ୍ୟାମେରା ମ୍ୟାନ  ପ୍ରଭାତ ସିହ୍ନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ଏସସିବି ମେଡିକାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିଲା।  ସେଠାରେ  ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଅରିନ୍ଦମ ଓ ଓଡ୍ରାଫ୍ ଟିମଙ୍କ ଚିକିତ୍ସା ପାଇଁ ଲାଗିଥିଲେ। କିନ୍ତୁ ଅରିନ୍ଦମଙ୍କୁ ବଞ୍ଚାଇବାକୁ  ସଫଳ ହେଲେ ନାହିଁ ଡାକ୍ତରୀ  ଟିମ୍। ଟିମ୍। ଏବେ ପ୍ରଭାତ ସିହ୍ନାଙ୍କ ଅବସ୍ଥା ଗୁରୁତର ରହିଥବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ସମ୍ପର୍କରେ କଟକ ବଡ଼ ମେଡିକାଲର ଜରୁରୀକାଳୀନ ଅଧିକାରୀ ଡ.ଭୁବନାନନ୍ଦ ମହାରଣା ସ୍ପଷ୍ଟ କରିଛନ୍ତି।କହିରଖୁଛି ଘରର ଏକମାତ୍ର ପୁଅ ଥିଲେ ଅରିନ୍ଦମ ।କିଛି ବର୍ଷ ପୂର୍ବେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲ। ସେପଟେ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଏହା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।