Below header

ବିଜେଡିରେ ମିଶିଲେ ଚିରଞ୍ଜୀବ ବିଶ୍ବାଳ, ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା

ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ ବିଶ୍ବାଳ । ନିଜ ଶହ ଶହ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚିଛନ୍ତି ଚିରଞ୍ଜୀବ । କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଶଙ୍ଖ ଫୁଙ୍କିଲେ ଚିରଞ୍ଜୀବ ବିଶ୍ବାଳ ।  ନିଜ ଶହ ଶହ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚିଛନ୍ତି ଚିରଞ୍ଜୀବ । କଂଗ୍ରେସରୁ ଇସ୍ତଫା ଦେବା ପରେ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।

ଗତକାଲି କଂଗ୍ରେସକୁ ବାଏ ବାଏ କହିଥିଲେ ଚିରଞ୍ଜୀବ ବିଶ୍ବାଳ । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ବଡ଼ ପୁଅ ଚିରଞ୍ଜୀବ କଂଗ୍ରେସରୁ ୨ ଥର ବିଧାୟକ ହୋଇଥିଲେ । ୨୦୦୦ରୁ ୨୦୦୪ ଯାଏ ତିର୍ତ୍ତୋଲ ଓ ୨୦୧୪ରୁ ୨୦୧୯ ଯାଏ ଜଗତସିଂହପୁରରୁ ବିଧାୟକ ରହିଥିଲେ ଚିରଞ୍ଜୀବ । ଜଗତସିଂହପୁର ଜିଲ୍ଲାରେ କଂଗ୍ରେସର ଜଣେ ଦକ୍ଷ ସଂଗଠକ ଓ ଟାଣୁଆ ନେତା ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.