ୟୁପି: ଖମ୍ବରେ ପିଟି ହେଲା ଦ୍ରୁତଗାମୀ ସ୍କର୍ପିଓ, ଚାଲିଗଲା ୪ ଜଣଙ୍କ ଜୀବନ

ଉତ୍ତର ପ୍ରଦେଶର ମୁରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ଉତ୍ତର ପ୍ରଦେଶର ମୁରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ମୁରାଦାବାଦ-ହରିଦ୍ୱାର ରାଜ୍ୟ ରାଜପଥରେ ଘଟିଛି ।

ମିଳିଥିବା ସୂଚନା ମୁତାବକ, ସକାଳ ୬ଟାରେ ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଖମ୍ବ ସହ ପିଟି ହୋଇଯାଇଥିଲା । ଫଳରେ ଗାଡ଼ିରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା । କୁହାଯାଉଛି ଯେ ଗାଡ଼ି ଚଲାଇବା ସମୟରେ ଚାଳକଙ୍କ ଆଖି ଲାଗିଯିବାରୁ ଏପରି ଦୁର୍ଘଟଣା ଘଟିଛି ।

ପୋଲିସ କହିଛି, ଏକ ପରିବାର ସ୍କର୍ପିଓରେ ଡେରାଡୁନ୍‌ରୁ ବରେଲି ଆଡ଼କୁ ଯାଉଥିଲେ । ଗାଡ଼ିରେ ମୋଟ ୬ ଜଣ ଲୋକ ଥିଲେ । ଦୁର୍ଘଟଣାରେ ୩ ମହିଳା, ଜଣେ ପୁରୁଷଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସମସ୍ତ ମୃତକ ଡେରାଡୁନ୍‌ର ନିବାସୀ । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି । ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.