ରାସ୍ତାର ଭିକାରୀ ପାଲଟିଲେ ବରିଷ୍ଠ ସେବାୟତ, ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ମାଗିଲେ ଭିକ୍ଷା

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଜଣେ ବରିଷ୍ଠ ସେବାୟତ ହରିହର ସିଂହାରୀ ଭିକ୍ଷା ମାଗୁଥିବାର ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଚଢ଼ି ମହାପ୍ରଭୁଙ୍କ ବେଶ କରିବାର ଅଧିକାର ରହିଥିବା ଏଭଳି ଜଣେ ବରିଷ୍ଠ ସିଂହାରୀ ସେବାୟତ ପରିଣତ ବୟସରେ ଭିକ୍ଷା ବୃତ୍ତି କରିବା ଦୁଃଖ ଓ ପରିତାପର ବିଷୟ ।

ପ୍ରାୟ ୭୦ ପ୍ରତିଶତ ସେବାୟତ ଗରିବ ଅଟନ୍ତି । କୋଭିଡ ୧୯ କଟକଣା ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବାରୁ ସେବାୟତଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ଆଉ କିଛି ସେବାୟତ ପରିବାରର ଅଣଦେଖା ଯୋଗୁଁ ରାସ୍ତାର ଭିକାରୀ ପାଲଟି ଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.