ନୟାଗଡ଼ରେ ସିରିଜ୍‌ ଦୁର୍ଘଟଣା : ୫ ଜଣ ଆହତ, ଭାଙ୍ଗିଗଲା ୨ଟି ବାଇକ୍‌

ନୟାଗଡ଼ : ସିରିଜ୍ ଦୁର୍ଘଟଣା । ଭୁବନେଶ୍ୱରରୁ ବୌଦ୍ଧ ଯାଉଥିବା ଏକ ଘରୋଇ ବସ୍ ଦୁର୍ଘଟଣା ଘଟାଇଛି । ବସଟି ଦ୍ରୁତ ଗତିରେ ଯାଉଥିବାରୁ ଖଣ୍ଡପଡ଼ା ଥାନା ବାହାଡା ଛକର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇଥିଲା । ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ୨ଟି ବାଇକ୍ ଭାଙ୍ଗି ଯାଇଛି । ସ୍ଥାନୀୟ ଲୋକେ ବସ୍କୁ ଅଟକ ରଖିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.