ବାଲେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ଦାଣ୍ଡକାଳୀ ମନ୍ଦିର ନିକଟରେ ସିରିଜ୍‌ ଦୁର୍ଘଟଣା , ୩ମୃତ

ବାଲେଶ୍ୱର(କେନ୍ୟୁଜ୍) : ସିରିଜ୍‌ ଦୁର୍ଘଟଣା। ୨ଟି ଟ୍ରକ ସହ ବସ୍‌ର ଧକ୍କା। ବାଲେଶ୍ୱର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଦାଣ୍ଡକାଳୀ ମନ୍ଦିର ନିକଟରେ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଉଦଳାରୁ ଭୁବନେଶ୍ୱର ଯାଉଥିବା କଳିଙ୍ଗପୁତ୍ର ନାମକ ଏକ ବସ୍‌ଟି ଦାଣ୍ଡକାଳୀ ମନ୍ଦିର ନିକଟରେ ଛିଡା ହୋଇଥିଲା। ଏହି ସମୟରେ ଯାତ୍ରୀମାନେ ବସ୍‌ରୁ ଓହ୍ଲାଇ ଚା ପିଉଥିବା ସମୟରେ ବିପରୀତ ଦିଗରୁ ଏକ ଟ୍ରକ ଆସି ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା। ପରେ ଟ୍ରକଟି ଯାତ୍ରୀଙ୍କ ଉପରେ ଚଢି ଯାଇଥିଲା। ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ସହ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ। ଅନ୍ୟ ଜଣେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଓ ବସ୍‌କୁ ଜବତ କରି ତଦନ୍ତ କରୁଛି।

You might also like