ଚଣ୍ଡିଖୋଲ ଛକରେ ସିରିଜ ଦୁର୍ଘଟଣା, ଫିଲ୍ମ ଷ୍ଟାଇଲରେ ଓଲଟିଲା କାର

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ ସିରିଜ ଦୁର୍ଘଟଣା। ୧୬ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ନିକଟରେ ଏକ କାର ଅନ୍ୟ ଏକ କାର ସହ ଧକା ଦେଇଥିଲା। ଯାହା ଫଳରେ କାରଟି ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ସ୍କ୍ରପିଓ ସହ ଧକା ହୋଇ ଓଲଟି ପଡିଥିଲା। ଯାହା ଫଳରେ ତିନୋଟି ଗାଡି ସମ୍ପୂର୍ଣ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ସୂଚନା ଅନୁଯାଇ ଦୁଇଟି କାର ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ବେଳେ ଗୋଟିଏ କାର ଅନ୍ୟ ଏକ କାରକୁ ଧକା ଦେଇଥିଲା। ଯାହା ଫଳରେ କାରଟି ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ସ୍କର୍ପିଓ ସହ ଧକା ଦେଇ ରାସ୍ତା କଡ଼କୁ ଫିଲ୍ମ ଷ୍ଟାଇଲରେ ଓଲଟି ପଡିଥିଲା। ଏହି ସିରିଜ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଆହତଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛି। ଘଟଣାସ୍ଥଳରେ ଚଣ୍ଡିଖୋଲ ଫାଣ୍ଡି ପୋଲିସ ପହଂଚି ଘଟଣାର ଅଧିକ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.