ଅଣକଳାକାରଙ୍କୁ ମିଳୁଛି କଳାକାର ଭତ୍ତା, ବୋଲଗଡ଼ ବ୍ଲକ BKSS ଉପସଭାପତିଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ

ଖୋର୍ଦ୍ଧା(କେନ୍ୟୁଜ୍‌): ବୋଲଗଡ଼ ବ୍ଲକର BKSS ଉପସଭାପତି ଲାଞ୍ଚ ନେଉଥିବା ନେଇ ଅଭିଯୋଗ ହୋଇଛି। କଳାକାର ପ୍ରମାଣପତ୍ର ସହିତ ଭତ୍ତା କରାଇ ଦେବାକୁ କହି ଅଣକଳାକାରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ କରିଛନ୍ତି ଲୋକେ। ଏ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରକୃତ ହିତାଧିକାରୀ।

ସୂଚନା ମୁତାବକ, ବୋଲଗଡ଼ ବ୍ଲକର BKSS ଉପସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ୨୦୧୧ ମସିହାରୁ ଏଠାରେ ରହିଛନ୍ତି। ଇତି ମଧ୍ୟରେ ନିର୍ବାଚନ ହୋଇନଥିବାରୁ ସେ ଏଠାରେ ନିଜ ମନମୁଖୀ ଶାସନ ଚଳାଇଛନ୍ତି। ଏଥିସହ ସେ ଅଣକଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ କରୁଥିବା ନେଇ ଅଭିଯୋଗ ହୋଇଛି।

Also Read: କଟକ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସିବେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଓସିଏ ଦେଲା ସୂଚନା

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.