ଭାରତରେ ଲଞ୍ଚ ହେଲା ଗାର୍ମିନ୍ ଭିଭୋସ୍ମାର୍ଟ 5 ଫିଟନେସ୍ ୱାଚ ବ୍ୟାଣ୍ଡ, କହିବ ବଡ଼ି ଏନର୍ଜି

ବର୍ତ୍ତମାନ ବିଭିନ୍ନ ପ୍ରକାର ଫୋନ୍ ଓ ସ୍ମାର୍ଟ ୱାଚ ଭାରତରେ ଲଞ୍ଚ ହେଉଛି। ତେବେ ଯଦି ଆପଣ ଏବେ ସ୍ମାର୍ଟ ୱାଚ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ଆସନ୍ତୁ ଜାଣିବା ଏହି ନୂଆ ୱାଚ ବିଷୟରେ। ଗାର୍ମିନ୍ ଭିଭୋସ୍ମାର୍ଟ 5 ର ମୂଲ୍ୟ ୧୪ ହଜାର ୯୯୦ ଟଙ୍କା ରଖାଯାଇଛି ଏବଂ ଏହା କଳା ଏବଂ ମିଣ୍ଟ ରଙ୍ଗରେ ମଧ୍ୟ ଉପଲବ୍ଧ ହେବ। ଆମାଜନ ବ୍ୟତୀତ ଏହା କମ୍ପାନୀର ୱେବସାଇଟ୍ ଏବଂ ମାର୍କେଟରେ ଷ୍ଟୋର୍‌ରୁ ବିକ୍ରି ହେଉଛି।

ଗାର୍ମିନ୍ ଏହାର ନୂତନ ଫିଟନେସ୍ ବ୍ୟାଣ୍ଡ ଗାର୍ମିନ୍ ଭିଭୋସ୍ମାର୍ଟ 5 କୁ ଭାରତରେ ଲଞ୍ଚ କରିଛି। ଏମିତିକି ଏହି ୱାଚ ଶରୀରର ଏନର୍ଜି ମନିଟରିଂ ସହିତ, ହାର୍ଟ ରେଟ୍ ଟ୍ରାକିଂ ଏବଂ ଷ୍ଟ୍ରେସ୍ ଟ୍ରାକିଂ ଭଳି ଫିଚର୍ ସହିତ ବଜାରରେ ଉପଲବ୍ଧ। କେବଳ ସେତିକି ନୁହେଁ ଗାର୍ମିନ୍ ଭିଭୋସ୍ମାର୍ଟ 5 ରେ ମହିଳାଙ୍କ ସ୍ୱାସ୍ଥ୍ୟ ଟ୍ରାକିଂ ଭଳି ଫିଚର୍ ରହିଛି। ଗାର୍ମିନ୍ ଭିଭୋସ୍ମାର୍ଟ 5 ର ବ୍ୟାଟେରୀ ସମ୍ବନ୍ଧରେ କହିବାକୁ ଗଲେ ଏଥରେ ସାତ ଦିନର ବ୍ୟାକଅପ୍ ଦାବି କରାଯାଇଛି।

ଗାର୍ମିନ୍ ଭିଭୋସ୍ମାର୍ଟ 5 ମୂଲ୍ୟ ବିଷୟରେ କହିବାକୁ ଗଲେ ଗାର୍ମିନ୍ ଭିଭୋସ୍ମାର୍ଟ 5 ର ମୂଲ୍ୟ ୧୪,୯୯୦ ଟଙ୍କା ରଖାଯାଇଛି ଏବଂ ଏହା କଳା ଏବଂ ମିଂଟ ରଙ୍ଗରେ ବଜାରରେ ମିଳିବ। ଆମାଜନ ବ୍ୟତୀତ ଏହା କମ୍ପାନୀର ୱେବସାଇଟ୍ ଏବଂ ଲୋକାଲ ଷ୍ଟୋର୍‌ରୁ ବିକ୍ରି ହେଉଛି। Garmin Vivosmart 5 ର ବିଶେଷତା ହେଉଛି ଗାର୍ମିନ୍ ଭିଭୋସ୍ମାର୍ଟ 5 ଏକ 0.73 ଇଞ୍ଚର OLED ପରଦାକୁ 88×154 ପିକ୍ସେଲ ସହିତ ଯୋଡ଼ିଛି। ଏଥିରେ ଏକ ଗାର୍ମିନ୍ ଏଲିଭେଟ୍ ହୃଦସ୍ପନ୍ଦନ ସେନ୍ସର ଅଛି। ଏହା ବ୍ୟତୀତ ଏଥିରେ ରକ୍ତ ଅମ୍ଳଜାନ ବା ବ୍ଲଡ ଅକ୍ସିଜେନ ମନିଟର ମଧ୍ୟ ଦିଆଯାଇଛି। ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ସହିତ ଗାର୍ମିନ୍ ଭିଭୋସ୍ମାର୍ଟ 5 ବ୍ୟବହାର କରାଯାଇପାରିବ। ଜଳ ପ୍ରତିରୋଧକ ପାଇଁ ଏଥିରେ କୌଣସି IP ରେଟିଂ ନାହିଁ କିନ୍ତୁ ଆପଣ ଏହାକୁ ପିନ୍ଧି ପହଁରି ପାରିବେ।

ଏହି ବ୍ୟାଣ୍ଡ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହା ଆପଣଙ୍କ ଶରୀରର ଶକ୍ତି ବିଷୟରେ ମଧ୍ୟ ସୂଚନା ଦେଇଥାଏ। ଏହା ମଧ୍ୟ ଆପଣଙ୍କ ଶରୀରର ଶକ୍ତି ସ୍ତରକୁ ଦିନସାରା ରେକର୍ଡ କରିଥାଏ। ଏହାର ଏକ ହାଇଡ୍ରେସନ୍ ଟ୍ରାକିଂ ଫିଚର୍ ମଧ୍ୟ ଅଛି ଯାହା ଆପଣଙ୍କୁ ପାଣି ପିଇବାକୁ ମନେ ପକାଇଥାଏ । ଏହି ୱାଚ ଆପଣଙ୍କ ଯୁବାବସ୍ଥା ଓ ବୃଦ୍ଧାବସ୍ଥା ଆଡକୁ ଯାଉଛନ୍ତି ନା ନାହିଁ ତାହା ମଧ୍ୟ ସୂଚିତ କରିପାରିବ। ଗୋଟିଏ ଚାର୍ଜ ପରେ ଏହାର ବ୍ୟାଟେରୀ ୭ ଦିନ ପର୍ଯ୍ୟନ୍ତ ରହିବ। ତେବେ ଆପଣ ଏହି ସ୍ମାର୍ଟ ୱାଚ କିଣିପାରିବେ।