ବିଲ ମଝିରୁ ୭ ମାସର ହାତୀ ଛୁଆ ଉଦ୍ଧାର

କଟକ (କେ ନ୍ୟୁଜ୍) : ବିଲ ଗହୀର ମଝିରୁ ହାତୀଛୁଆ ଉଦ୍ଧାର । କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ରେଞ୍ଜ୍ ଖମାର ନୂଆଗାଁ ବିଲ ଗହୀରରୁ ଏକ ୭ ମାସର ହାତୀ ଛୁଆକୁ ଉଦ୍ଧାର କରାଯାଇଛି । ଆଜି ସକାଳେ ଗାଁଲୋକ ଚାଷ ଜମିକୁ ଯାଇଥିବାବେଳେ ହାତୀଛୁଆକୁ ଦେଖିଥିଲେ । ପରେ ତାକୁ କାନ୍ଧେଇ କାନ୍ଧେଇ ଗାଁକୁ ଆଣିଥିଲେ । ଗତକାଲି ରାତିରେ ଛୁଆହାତୀଟି ହାତୀ ପଲ ସହ ଆସିଥିବାବେଳେ କାଦୁଅ ଭିତରେ ଫଶିଯାଇଥିଲା। ତେବେ ଉଦ୍ଧାର କରିନପାରି ହାତୀପଲ ଛୁଆକୁ ଛାଡି ଚାଲିଯାଇଥିଲେ। ଛୁଆହାତୀକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା। ଉଦ୍ଧାର ପରେ ବନ ବିଭାଗ ଅଧିକାରୀଙ୍କୁ ହାତୀଛୁଆ ହସ୍ତାନ୍ତର କରାଯାଇଛି ।