ବିଧାନସଭା ମୌସୁମୀ ଅଧିବେଶନର ଆଜି ସପ୍ତମ ଦିବସ, ଗୃହରେ ମୁଖ୍ୟତ ୫ଟି ବିଲ୍ ଉପରେ ଆଲୋଚନା ଓ ପାରିତ ହେବାର ରହିଛି ସମ୍ଭାବନା

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ସପ୍ତମ ଦିବସ । ଆଜି ମୁଖ୍ୟତ ଗୃହରେ ୫ଟି ବିଲ୍ ଉପରେ ଆଲୋଚନା ଓ ପାରିତ ହେବାର ସମ୍ଭାବନା ରହିଛି । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୦ ଉପରେ ଆଲୋଚନା ହେବାର ରହିଛି ।
ସେହିଭଳି ଓଡ଼ିଶା ଆଡ୍ଭୋକେଟ୍ ୱେଲ୍ଫେୟାର ଫଣ୍ଡ୍ ସଂଶୋଧନ ବିଲ୍, ଓଡ଼ିଶା ଶିଳ୍ପ ବିବାଦ ସଂଶୋଧନ ବିଲ୍, ମୁନିସପାଲ୍ ଆଇନ ସଂଶୋଧନ ବିଲ୍, ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍ ବିଧାନସଭାରେ ଆଲୋଚନା ଓ ପାରିତ ହେବାର ସମ୍ଭାବନା ରହିଛି ।