Below header

ସପ୍ତମ ଦିନ ଟ୍ରକ୍ ଧର୍ମଘଟ

ଭୁବନେଶ୍ବର : ସାରା ଦେଶରେ ଚାଲିଥିବା ଟ୍ରକ ଧର୍ମଘଟ ସପ୍ତମ ଦିନରେ ପହଞ୍ଚିଛି । ଏହାର ପ୍ରଭାବ ବଜାରରେ ଦେଖିବାକୁ ମିଳିଛି । ପ୍ରତିଦିନ ହଜାର ହଜାର କୋଟି ଟଙ୍କା କ୍ଷତି ହେଉଛି। ଖାସ କରି ପିଆଜ କିଲୋ ୨ରୁ ୩ ଟଙ୍କା ବଢିଛି । ସେହିପରି ଅନ୍ୟ ପରିବା ଓ ଖାଇବା ଦର ବଢିଥିବା ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି ସୂଚନା ଦେଇଛନ୍ତି । କଟକ ଛତ୍ର ବଜାରରେ ଆବଶ୍ୟକ ଅନୁପାତରେ ୩ରୁ ୪ଟି ଟ୍ରକ ଆସୁଛି । ଧର୍ମଘଟ ଜାରି ରହିଲେ ବଜାରରେ ବିଭିନ୍ନ ସାମଗ୍ରୀ ସହ ପିଆଜ ଦର ବଢିବାର ଆଶଙ୍କା ରହିଛି । ୬ଦଫା ଦାବି ନେଇ ଗତ ୨୦ତାରିଖରୁ ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟକାଳ ପର୍ୟ୍ୟନ୍ତ ଧର୍ମଘଟ ଚାଲିଥି। ଏଥିରେ ୯୩ ଲକ୍ଷ ଟ୍ରକ୍ ସାମିଲ୍ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.