ଯାଜପୁର: ସେକ୍ସ ରାକେଟ ଠାବ, ୫ ଗିରଫ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରୁ ସେକ୍ସ ରାକେଟ ଠାବ। ଏଥିରେ ରାଣୀ ମହୁମାଛି ସହ ଜଣେ ଦେହଜୀବୀଙ୍କୁ ପୋଲିସ ଉଦ୍ଧାର କରିବା ସହ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ କାର, ୩ଟି ବାଇକ୍, ୭ଟି ମୋବାଇଲ ସହ ବହୁ ଆପତିଜନକ ସାମଗ୍ରୀ ଜବତ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇବା ପରେ ଗତକାଲି ରାତିରେ ଧର୍ମଶାଳା ପୋଲିସ ଜାରକା ନିକଟସ୍ଥ କୁମାରୀ ଠାରେ ଏକଭଡା ଘରେ ଚଢାଉ କରିଥିଲା। ସେଠାରୁ ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୨ ଜଣ ଦଲାଲ ରବିନ୍ଦ୍ର ସାହୁ ଓ ବଳରାମ ସାହୁଙ୍କୁ ଗିରଫ କରିବା ସହ ୩ ଜଣ ଗ୍ରାହକ ସୌମ୍ୟଶ୍ରୀ ଜେନା, ମହେନ୍ଦ୍ର ମଲ୍ଲିକ ଓ ଲିପୁ ମଲ୍ଲିକଙ୍କୁ ଗିରଫ କରିଥିଲା। ତେବେ ଏହି ରାକେଟର ମୁଖ୍ୟ କିଙ୍ଗପିନ୍ କୁହାଯାଉଥିବା ରାଣୀ ମହୁମାଛି ଜଣକ ଜେନାପୁର ଥାନା ବିଛାଖଣ୍ଡ ଅଞ୍ଚଳର। ସେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଦେହ ବ୍ୟବସାୟ ଚଳାଇ ଆସୁଥିଲା। ଗିରଫ ପରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.