ଭଦ୍ରକ: ରସିକିଆ ସରକାରୀ ଶିକ୍ଷକଙ୍କ ରାସଲୀଳା ଭିଡ଼ିଓ ଭାଇରଲ, ଚାକିରିରୁ ବହିଷ୍କାର ପାଇଁ ସାଧାରଣରେ ଦାବି

ଭଦ୍ରକ(କେନ୍ୟୁଜ୍):   ରସିକିଆ ସରକାରୀ ଶିକ୍ଷକଙ୍କ ରାସ ଲୀଳା  ଭିଡ଼ିଓ ଭାଇରଲ।  ଗୁରୁ ନାଁରେ ଲଗାଇଛନ୍ତି କଳଙ୍କ। ଆଗାମୀ କାଲିର ଭବିଷ୍ୟତ ମାନଙ୍କୁ ଶିକ୍ଷା ଦେଉଥିବା ଶିକ୍ଷକ ଯଦି ଏପରି ରାସଲୀଳା କରିବେ ତେବେ ଛାତ୍ରଛାତ୍ରୀମାନଙ୍କ ଉଚ୍ଚିତ ମାର୍ଗର ପଥପଦର୍ଶକ କିଏ ହେବ?, ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚରମ୍ପା କୋଡୋବରୁଆ ପଞ୍ଚାୟତର  U.G.M.E ସ୍କୁଲରେ। ୫ ଦିନ ପୂର୍ବରୁ ଏହି ସ୍କୁଲର ରସିକିୟା ଶିକ୍ଷକ ସପନ୍ କୁମାର୍ ମିଶ୍ର ଜଣେ ମହିଳାଙ୍କ ସହ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏହି ଅନ୍ତରଙଗ ମୁହୂର୍ତ୍ତର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ  ଏହି ରସିକିଆ ଶିକ୍ଷକଙ୍କ ଘର ସାବରଙ୍ଗ ଶାସନରେ ।  ସିଏ ଆଗରୁ ନଳବାଙ୍କ ସ୍କୁଲ, ଅମୃତମଣି ସ୍କୁଲରେ ପଢୁଥିବା ଛାତ୍ରୀଙ୍କ ଉପରେ ଖରାପ ବ୍ୟବହାର କରି  ଦଣ୍ଡିତ ହୋଇଥିଲେ। ଆଉ ଏବେ ଏଭଳି    ଅଶ୍ଲିଳ ଭିଡିଓ କରି ଚର୍ଚ୍ଚାକୁ ଆସିଛନ୍ତି। ଏଭଳି କାର୍ଯ୍ୟକୁ ଜନସାଧାରଣ ,ବୁଦ୍ଧିଜୀବୀ ଓ  ଶିକ୍ଷକ ନିନ୍ଦା କରିବା ସହିତ ଚାକିରିରୁ ବହିଷ୍କାର କରିବା ପାଇଁ ଜୋରଦାର ଦାବି କରିଛନ୍ତି। ତାଙ୍କର ଏଭଳି କାର୍ଯ୍ୟକୁ କୋଡୋବରୁଆ ସ୍କୁଲର ପ୍ରଧାନ ଶିକ୍ଷକ ଓ ସେଠିକାର ଅଭିଭାବକ ନିନ୍ଦା କରିବା ସହିତ ଚାକିରିରୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି। ପ୍ରଧାନ ଶିକ୍ଷକ ପୂର୍ବ କେସ ଓ ଏହି କେସ ନେଇ BEO ,DEOଙ୍କୁ ଲିଖିତ ମାଧ୍ୟମରେ ଜଣାଇଥିଲେ ମଧ୍ୟ ଏଥିପ୍ରତି କୌଣସି କାର୍ଯ୍ୟନୁଷ୍ଠାନ ହୋଇନଥିବାରୁ ବିଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.