Below header

ବେଆଇନ ଓ ବେଧଡ଼କ; ସେବାଶ୍ରମ ଆଳରେ ଚାଲିଛି ଅନୈତିକ କାର୍ଯ୍ୟ : ନାଁଟା ଗୁଡ୍‌ ନ୍ୟୁଜ୍‌ ହେଲେ କାମ ଭାରି ବ୍ୟାଡ୍‌

ଗଞ୍ଜାମ ( କେନ୍ୟୁଜ୍ ): ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଓ ବେଧଡକ ଭାବେ ଚାଲିଛି ଶିଶୁ ଆଶ୍ରଳ ସ୍ଥଳ ବା ସେଲଟର ହୋମ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ବିଭିନ୍ନ ସ୍ଥାନରେ ଚଢାଉ ପରେ ଏଭଳି ହୋମ ଚାଲିଥିବା ନେଇ ପଦାକୁ ଆସିଛି । ଢେଙ୍କାନାଳର ଗୁଡ୍ ନ୍ୟୁଜ ଇଣ୍ଡିଆ ଡ୍ରିମ ସେଣ୍ଟରରେ ଯୌନ ନିର୍ଯାତନାର ଅଭିଯୋଗ ଆସିବା ପରେ ରାଜ୍ୟରେ ଥିବା ଏହାର ସମସ୍ତ ଶାଖାରେ ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଗଲା ।

seba shramaଏହି କ୍ରମରେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ନିକଟ ସାହେବଜେନାପଲ୍ଲୀ ଗାଁରେ ଥିବା ଏହାର ଶାଖା ଉପରେ ଜିଲ୍ଲା ଶିଶୁ ସୁରକ୍ଷା, ଚାଇଲଡ ଲାଇନ ଓ ଶିଶୁ କଲ୍ୟାଣ ସମିତି ମିଳିତ ଭାବେ ପୋଲିସର ସହାୟତାରେ ଚଢାଉ କରିଛି । ଚଢାଉ ବେଳେ ଏହାର ପଞ୍ଜୀକରଣ ନଥିବା ବେଳେ ଅନ୍ୟ ବହୁ ଅନିୟମିତତା ଦେଖିବାକୁ ମିଳିଛି । ତେବେ ଏହି ଅଞ୍ଚଳରେ କେବଳ ଏହି ଡ୍ରିମ ହୋମ ନୁହେଁ ବରଂ ତିନୋଟି ଏଭଳି ସେଲଟର ହୋମ ବେଆଇନ ଭାବେ ଚାଲୁଥିବା ଜିଲ୍ଲା ପ୍ରଶାସନ ଜାଣିବାକୁ ପାଇଛି ।

sebaଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଠାବ ହୋଇଛି ଅନେକ ସେଲଟର ହୋମ । କେବଳ ଡ୍ରିମ ହୋମର ଶାଖା ନୁହେଁ ଏଠାରେ ଛତୁ ଫୁଟିଲା ଭଳି ଖୋଲିଛି ଶିଶୁ ଆଶ୍ରୟ ସ୍ଥଳୀ । ଢେଙ୍କାନାଳରେ ଗୁଡ ନ୍ୟୁଜ ଇଣ୍ଡିଆ ଡ୍ରିମ ସେଣ୍ଟରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆସିବା ପରେ ଏହାକୁ ସିଲ କରିଦିଆଯାଇଛି । ତେବେ ଏହାର ଅଧିନରେ ଥିବା ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ଏହି ଡ୍ରିମ ହୋମ ଉପରେ ଚଢାଉ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ।

shelterଏହି କ୍ରମରେ ଆଜି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ନିକଟ ସାହେବଜେନାପଲ୍ଲୀ ଗାଁରେ ଥିବା ଏହି ଶିଶୁ ଗୃହ ଉପରେ ଜିଲ୍ଲା ଶିଶୁ ସୁରକ୍ଷା, ଚାଇଲଡ ଲାଇନ ଓ ଶିଶୁ କଲ୍ୟାଣ ସମିତିର କର୍ମକର୍ତ୍ତାଙ୍କ ସହ ଛତ୍ରପୁର ପୋଲିସ ସହାୟତାରେ ମିଳିତ ଭାବେ ଚଢାଉ କରାଯାଇଥିଲା । ଚଢାଉ ବେଳ ଏହି ହୋମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ୧୩୪ ଜଣ ବାଳକ ଓ ବାଳିକା ରହିଛନ୍ତି । ତେବେ ଏହି ହୋମ ଦୀର୍ଘ ୫ ବର୍ଷ ଧରି ବିନା ପଞ୍ଜୀକରଣ ଓ ବେଆଇନ ଭାବେ ଚାଲିଥିବା ଜାଣିବାକୁ ପାଇଛନ୍ତି ତଦନ୍ତକାରୀ ଟିମ୍ । ତେବେ ଏଠାରେ ରହୁଥିବା ଅନ୍ତେବାସୀଙ୍କୁ କୌଣସି ପ୍ରକାର ସୁବିଧା ଦିଆଯାଉନଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବ । ଏହା ସହ ଏଠାରେ ଥିବା ଅନ୍ତେବାସୀଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ କରି ତାଙ୍କ ଶିଶୁଙ୍କୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି ।

antebasiଜିଲ୍ଲା ପ୍ରଶାସନର ଚଢାଉ ବେଳେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା ଶିଶୁ ଆଶ୍ରୟ ସ୍ଥଳରେ । ବିଭିନ୍ନ ସ୍ଥାନରୁ ଶିଶୁମାନଙ୍କୁ ଆଣି ଏଠାରେ ଅସ୍ୱାସ୍ଥ୍ୟକର ପରିବେଶର ରଖାଯାଉଥିବା ବେଳେ ବିଭିନ୍ନ ସମୟରେ ନିର୍ଯାତନା ଦିଆଯାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏହା ସହ ଆଶ୍ରୟ ସ୍ଥଳରେ ଆବଶ୍ୟକ ଶୌଚାଳୟ ନଥିବା ବେଳେ ଶିଶୁମାନଙ୍କୁ ବାହାରକୁ ଶୌଚ ପାଇ ବାଧ୍ୟ କରାଯାଉଛି । ଏହା ସହ ଆବଶ୍ୟକ ଠାରୁ ଅଧିକା ଶିଶୁକୁ ଗୋଟିଏ ସ୍ଥାନରେ ରଖାଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ ଆଣିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉକୁ ସ୍ୱାଗତ କରିବା ସହ ଏଭଳି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାହେବଜେନାପଲ୍ଲୀ ବାସିନ୍ଦା ।

shelter homeସାହେବଜେନାପଲ୍ଲୀ ଡ୍ରିମ ହୋମରେ ଚଢାଉ ବେଳେ ଏହା ନିକଟରେ କିଛି ବ୍ୟକ୍ତି ନିଜେ ଏକ ସେଲଟର ହୋମ କରି ନିରୀହ ଶିଶୁମାନଙ୍କୁ ଏଠାରେ ରଖିଥିବା ଘଟଣା ପଦାକୁ ଆସିଛି । ଏଭଳି ତିନୋଟି ହୋମ ଉପରେ ମଧ୍ୟ ଚଢାଉ କରାଯାଇଛି । ଆନୁସ ପାଣି ନାମକ ଜଣେ ବ୍ୟକ୍ତି ଦୁଇଟି ସ୍ଥାନରେ ବିଭିନ୍ନ ଜିଲ୍ଲାର ୪୭ ଜଣ ବାଳକ ଓ ବାଳିକାଙ୍କୁ ବିନା ପଞ୍ଜୀକରଣ ଓ ବେଆଇନ ଭାବେ ରଖିଥିବା ଚଢାଉ ବେଳେ ଧରାପଡିଛନ୍ତି । ତେବେ ଏହା ପରେ ଆଉ ଏକ ଶିଶୁ ଆଶ୍ରୟ ସ୍ଥଳ ଥିବା ମଧ୍ୟ ଦେଖିବାକୁ ମିଳିଛି । ଏଠାରେ ମଧ୍ୟ ୪୦ରୁ ଅଧିକା ପିଲାଙ୍କୁ ରଖାଯାଇଛି ।

sevaaଏହି ଘଟଣାରେ ଆନୁସ ପାଣିଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଏକ ହୋମର ମାଲିକ ହୋମରୁ ଫେରାର ହୋଇଯାଇଛନ୍ତି । ଏନେଇ ଅଧିକ ତଦନ୍ତ ଜାରି ରହିଛି । ତେବେ ହୋମର ମାଲିକ କହିଛନ୍ତି ପିଲାଙ୍କଠାରୁ ମାସିକ ଟଙ୍କା ସଂଗ୍ରହ କରି ତାଙ୍କୁ ଏଠାରେ ରଖି ପାଠ ପଢାଇବା ସହ ତାଙ୍କର ଯତ୍ନ ନିଆଯାଉଛି । ଗଞ୍ଜାମ ଜିଲ୍ଲାରେ ଏଭଳି ଅନେକ ଶିଶୁ ଆଶ୍ରୟ ସ୍ଥଳ ଖୋଲି ନିରୀହ ଶିଶୁମାନଙ୍କୁ ବ୍ୟବହାର କରି କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି ଦଲାଲମାନେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.