Below header

ଶୀଘ୍ର ହେବେ ପତଳା, ଯଦି ଜଳଖିଆରେ ସାମିଲ କରିବେ ଏହି ଡାଏଟ୍

ଓଜନ ହ୍ରାସ କରିବା ପାଇଁ ଲୋକ ଅନେକ ପ୍ରକାରର ବ୍ୟାୟାମ କରିବା ସହ ବହୁ ଟଙ୍କା ଖର୍ଚ୍ଚ କରିଥାନ୍ତି ଜିମ୍। କିନ୍ତୁ ଆପଣ ଜାଣିଛନ୍ତି କି, ନିଜ ଦୈନନ୍ଦିନ ଜଳଖିଆରେ କିଛି ପୋଷକ ଖାଦ୍ୟର ପରିବତ୍ତର୍ନ କରି ମଧ୍ୟ ଆପଣ ସହଜରେ କରିପାରିବେ ନିଜର ଓଜନ ହ୍ରାସ। ଆଜି ଆମେ ସେହିଭଳି କିଛି ଡାଏଟ ପ୍ଳାନ ବିଷୟରେ କହିବାକୁ ଯାଉଛୁ ଯାହା ଶରୀରରେ ମେଟାବୋଲିକର ମାତ୍ରା ବଢ଼ାଇବା ସହ ଓଜନ କମ କରିଥାଏ।

-ଆପଣ ଯଦି ପେଟର ଚର୍ବି କମ କରିବାକୁ ଚାହୁଁଛନ୍ତି ତେବେ ଜଳଖିଆରେ ଗୋଟିଏ ଗିନା ଦଲିଆକୁ ସାମିଲ କରନ୍ତୁ। ଏହା ଫାଇବରରେ ଭରପୁର ରହିବା ସହ ଏହାର ସେବନ ପେଟକୁ ଭରପୁର ରଖିଥାଏ। ଯାହାଫଳରେ ଅଧିକ ଭୋକ ନଲାଗିବା ସହ ଓଜନ କମ ହୋଇଥାଏ।

breakfast

-କ୍ଷୀରରେ ମିନେରାଲ୍ସ , କ୍ୟାଲସିୟମ ଏବଂ ବିଭିନ୍ନ ପ୍ରକାରର ଭିଟାମିନ୍ସ ରହିଥାଏ। ଯାହାର ସେବନ ଓଜନ କମ କରିବାରେ ସାହାୟକ ହୋଇଥାଏ। ଏହାଛଡ଼ା ଏଥିରେ ଫ୍ୟାଟର ମାତ୍ରା ମଧ୍ୟ ଖୁବ କମ ରହିଥାଏ ,ଯାହା ଦ୍ବାରା ଓଜନ କମ ହୋଇଥାଏ। ଏଣୁ ସକାଳେ ଆପଣ କ୍ଷୀର ସହ କଦଳୀ ମିଶାଇ ତାହାର ଶେକ୍ ବନାଇ ସେବନ କରିପାରିବେ। ଅଥବା କ୍ଷୀରକୁ କନଫ୍ଲେକ୍ସରେ ମିଶାଇ ଖାଇମଧ୍ୟ ପାରିବେ।

weight-loss-

-ଜଳଖିଆରେ କଳାଚଣା ବା କାବୁଲି ଚଣା ସାଲାଡ଼ ସାମିଲ କରନ୍ତୁ। ଯାହା ଓଜନକୁ ଶୀଘ୍ର କମ କରିବାରେ ସାହାଯ୍ୟ କରିଥାଏ। ଏଥିରେ ରହିଥିବା ଭିଟାମିନ୍ ଶରୀରକୁ ରୋଗରୁ ରକ୍ଷା କରିବା ସହ ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହାକୁ ଅଧିକ ସ୍ବାଦିଷ୍ଟ ବନାଇବା ପାଇଁ ଆପଣ ଏଥିରେ ଟମାଟୋ ଏବଂ ପିଆଜକୁ ମଧ୍ୟ ମିଶାଇ ପାରନ୍ତି।

– କେବଳ ଓଜନ କମ ନୁହଁ ବରଂ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ ଜଳଖିଆରେ ଅଣ୍ଡା। ଏହା ଭୋକକୁ ଶାନ୍ତ କରିବା ସହ ପେଟକୁ ବହୁ ସମୟ ପର‌୍ୟ୍ୟନ୍ତ ଭରପୁର ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.