ଗହୀରମଥାରୁ ଜବତ ହୋଇଛି ବିରଳ ସାର୍କ ମାଛ

କେନ୍ଦ୍ରାପଡା (କେନ୍ୟୁଜ୍) : ଗହୀରମଥାରୁ ବିରଳ ସାର୍କ ମାଛ ଜବତ । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ମାଛ ମାରୁଥିବା ଆନ୍ଧ୍ରପ୍ରଦେଶର ଟ୍ରଲରରୁ ୧୭୫ଟି ସାର୍କ ମାଛ ଜବତ ହୋଇଛି। ଏଥିରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରିଛି ରାଜନଗର ବନ ବିଭାଗ। ମାଦଳି ମୁହଁରୁ ୨୦ କିମି ଦୂରରେ ମାଛ ମାରୁଥିବା ବେଳେ ଜବତ କରିଛି ବନ ବିଭାଗ। ଏହି ସାର୍କଗୁଡ଼ିକ ବିରଳ ବୁଲ୍ ସାର୍କ ଓ ହାମର ହେଡ ପ୍ରଜାତିର ବୋଲି ଜଣାପଡ଼ିଛି। ମାଛଗୁଡ଼ିକର ଓଜନ ୪୦ରୁ ୫୦ କିଲୋଗ୍ରାମ ବୋଲି କୁହାଯାଇଛି।

Leave A Reply

Your email address will not be published.