କନ୍ଧମାଳ: ସର୍ଟ ସର୍କିଟ୍‌ ଯୋଗୁ ଗୋଟିଏ ପରିବାରର ଜଣେ ମୃତ, ତିନି ଜଣ ଗୁରୁତର ଆହାତ

କନ୍ଧମାଳ(କେନ୍ୟୁଜ୍): ସର୍ଟ ସର୍କିଟ୍‌ ଯୋଗୁ ପୋଡି ଗଲେ ପରିବାରର ୪ ଜଣ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଫିରିଙ୍ଗିଆ ବ୍ଲକ ଗେରୁପଡ଼ା ଗାଁରେ । ଗତକାଲି ରାତିରେ ଶୋଇଥିବା ବେଳେ କୌଣସି କାରଣରୁ ସର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଥିଲା । ଘରେ ଥିବା ଲୁଗାରେ ନିଆଁ ଲାଗିବା ପରେ ଶୋଇବା ସ୍ଥାନକୁ ଲାଗି ଯାଇଥିଲା । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ନାବାଳିକା ହେଉଛନ୍ତି କ୍ରିଷ୍ଣ ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.