ଶ୍ରୀମନ୍ଦିରରେ ସେବାୟତଙ୍କ ସଂଖ୍ୟା ହ୍ରାସ ପ୍ରସଙ୍ଗ, ସୁପ୍ରିମକୋର୍ଟରେ ସତ୍ୟପାଠ ମାମଲାକୁ ସେବାୟତଙ୍କ ବିରୋଧ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ସେବାୟତଙ୍କ ସଂଖ୍ୟା ହ୍ରାସ କରିବା ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ମାମଲାକୁ ବିରୋଧ କରିଛନ୍ତି ସମସ୍ତ ସେବାୟତ ନିଯୋଗ । ଶ୍ରୀମନ୍ଦିର ପ୍ରଶାସନ ଆଜି ଡାକିଥିବା ଛତିଶା ନିଯୋଗ ବୈଠକକୁ ଯିବେ ନାହିଁ ବୋଲି ସେବାୟତମାନେ ନିଷ୍ପତ୍ତି ନେଇଛନ୍ତି । ସେବାୟତଙ୍କ ସହ ଆଲୋଚନା ନକରି ପ୍ରଶାସନ ଏପରି ସତ୍ୟପାଠ କରିଥିବାରୁ ଗତକାଲି ହୋଇଥିବା ସେବାୟତଙ୍କ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଏପରିକି ଏହି ଘଟଣାକୁ ମନ୍ତ୍ରୀ ମହେଶ୍ୱର ମହାନ୍ତି ସେବାୟତଙ୍କୁ ସମର୍ଥନ ଦେଇଥିବା ବେଳେ ପ୍ରଶାସନର ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି । ମନ୍ତ୍ରୀ ମହେଶ୍ୱର ମହାନ୍ତି ଏକ ଚିଠିରେ, ପ୍ରଶାସନ ଆଲୋଚନା ନକରି ଶ୍ରୀମନ୍ଦିରର ସେବାୟତଙ୍କ ବିରୋଧରେ ଏପରି ସତ୍ୟପାଠ କିପରି କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି । ଆଗକୁ ଚନ୍ଦନ ଯାତ୍ରା, ଅକ୍ଷୟ ତୃତୀୟା ପରି ନୀତି ପାଳନ ହେବାକୁ ଥିବା ବେଳେ ପ୍ରଶାସନ ଓ ସେବାୟତ ନିଯୋଗ ମୁହାଁମୁହିଁ ହେବା ଅବସ୍ଥାରେ ରହୁଥିବାରୁ ନୀତି ବିଭ୍ରାଟ ହେବା ଆଶଙ୍କା ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.