ଭକ୍ତଙ୍କ ଅପେକ୍ଷାରେ ଶ୍ରୀସେତୁ, ଆଜି ହେବ ଲୋକାର୍ପଣ

ଆଜି ଲୋକର୍ପିତ ହେବ ଓଡ଼ିଶାର ପ୍ରଥମ ଟ୍ରମ୍ପେଟ ବ୍ରିଜ୍ ବା ଶ୍ରୀ ସେତୁ । ପୁରୀ ଭଳି ଏହି ସେତୁ, ପୁରୀ ସହରର ଭିଡ଼କୁ କମାଇ ଦେବ। ଭକ୍ତ ଏହି ରାସ୍ତାଦେଇ ଆସି ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟରରେ ପାର୍କିଂ କରିପାରିବେ। ୧୬୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଟ୍ରମ୍ପେଟ୍ ବ୍ରିଜ୍। ସେହିପରି ୨୩୦ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର।

ପୁରୀ (କେନ୍ୟୁଜ): ଆଜି ଲୋକର୍ପିତ ହେବ ଓଡ଼ିଶାର ପ୍ରଥମ ଟ୍ରମ୍ପେଟ ବ୍ରିଜ୍ ବା ଶ୍ରୀ ସେତୁ  । ପୁରୀ ଭଳି ଏହି ସେତୁ, ପୁରୀ ସହରର ଭିଡ଼କୁ କମାଇ ଦେବ । ଭକ୍ତ ଏହି ରାସ୍ତାଦେଇ ଆସି ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟରରେ ପାର୍କିଂ କରିପାରିବେ। ୧୬୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଟ୍ରମ୍ପେଟ୍ ବ୍ରିଜ୍ । ସେହିପରି ୨୩୦ କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଜଗନ୍ନାଥ ବଲ୍ଲଭ ପିଲଗ୍ରିମ ସେଣ୍ଟର। ଏହି ୫ ମହଲା ବିଶିଷ୍ଠ ଅଭ୍ୟର୍ଥନା କେନ୍ଦ୍ରର ବେସ୍ ମେଣ୍ଟ, ପ୍ରଥମ , ତୃତୀୟ ଓ ଚତୁର୍ଥ ମହଲାରେ ପାର୍କିଂ ବ୍ୟବସ୍ଥା ହୋଇଛି। ଦ୍ବିତୀୟ ମହଲାରେ ସପିଂ କମ୍ପ୍ଲେକ୍ସ ଥିବା ବେଳେ ପଞ୍ଚମ ମହଲାରେ ରହିଛି ଧ୍ୟାନ କେନ୍ଦ୍ର ।

ସେପଟେ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ । ଭାବ ଓ ଭକ୍ତିରେ ଉଛୁଳୁଛି ଶ୍ରୀକ୍ଷେତ୍ର । ଚାରିଆଡ଼େ ଆଧ୍ୟାତ୍ମିକତାର ମହକ । ଅବର୍ଣ୍ଣନୀୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବେଦ ପାଠରେ କମ୍ପୁଛି ଶ୍ରୀମନ୍ଦିର ଚାରି ଦ୍ବାର । ଯଜ୍ଞସ୍ଥଳରୁ ଭାସି ଆସୁଛି ବ୍ରାହ୍ଣଣଙ୍କ ମନ୍ତ୍ର ଉଚ୍ଚାରଣ। ଭଜନ କୀର୍ତ୍ତନରେ ଚଉଦିଗ କମ୍ପୁଛି । ଶ୍ରୀକ୍ଷେତ୍ର ମାଟିରୁ ବିଶ୍ବବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସକାଳ ସାଢ଼େ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସୂର୍ଯ୍ୟ ପୂଜା, ଧରିତ୍ରୀ ପୂଜା, ଗୋ ପୂଜା, ଶାଲା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତୀ, ପୁଷ୍ପାଞ୍ଜଳି ପରେ ପ୍ରଦିକ୍ଷଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.