Below header

ସଟ ଡାଉନରେ ଘରେ ରାଜ୍ୟ ବାସୀ ପାଳୁଛନ୍ତି ପହିଲି ରଜ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୧ ଜିଲ୍ଲା ସଟ୍‌ଡାଉନ୍‌ । ରାସ୍ତାଘାଟ ସବୁ ଶୂନଶାନ । ଜିଲ୍ଲା ଗୁଡିକର ସମସ୍ତ ରାସ୍ତାଘାଟ ସବୁଠି ଏକ ପ୍ରକାର ପୋଲିସ ଛାଉଣୀ ହୋଇ ରହିଛନ୍ତି । ସହରର ମୁଖ୍ୟ ଛକ ଗୁଡିକରେ ବ୍ୟାରିକେଡ୍‌ ଲଗାଯାଇଛି । ସେପଟେ ପୂରା ଭୁବନେଶ୍ୱରକୁ ସିଲ୍‌ କରାଯାଇଛି । ଓଡ଼ିଶାର ଗଣ ପର୍ବ ରଜରେ ବି ଲୋକମାନେ ନିୟମକୁ ମାନୁଥିବା ଦେଖିବାକୁ ମିଳିଛି । ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାର ରାଜ୍ୟର ଅଧିକ ସଂକ୍ରମିତ ୧୧ ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏହି ସମୟରେ ଘରୁ ବାହାରିବା ମନା ଥିବାବେଳେ କେବଳ ଜରୁରୀ ସେବାକୁ ଅନୁମତି ଦିଆଯାଇଛି । ସଟ୍‌ଡାଉନ୍‌ ସମୟରେ ପରିଚୟ ପତ୍ର ଓ ଗାଡି ପାସ୍‌ ଦେଖାଇ ଲୋକମାନେ ଯାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.