ମା’ର ମମତା, ୭୦ ବର୍ଷ ବୟସରେ ଦୁଇ ଦୁଇଟି ରୋଗିଣା ପୁଅର ବୋଝକୁ ବୋହି ଚାଲିଛନ୍ତି ଶୁଭଲକ୍ଷ୍ମୀ

କେନ୍ୟୁଜ ବ୍ୟୁରୋ : ମାଆର ମମତା ଆଗରେ ସବୁକିଛି ତୁଚ୍ଛ । ପରିଣତ ବୟସରେ ବି ହାର ମାନେନି ସେ । ଏକଥା ପ୍ରମାଣ କରି ଦେଖାଇଛନ୍ତି କୋରାପୁଟ ଜୟପୁରର ଡି ଶୁଭଲକ୍ଷ୍ମୀ । ୭୦ ବର୍ଷ ବୟସରେ ଦୁଇ ଦୁଇଟି ରୋଗିଣା ପୁଅର ବୋଝକୁ ବୋହି ଚାଲିଛନ୍ତି ନିଜ କାନ୍ଧରେ । ପରିଣତ ବୟସରେ ଥକି ନାହାନ୍ତି ସେ ।

ଆଖିର ଲୁହ, ମନର କୋହ କହି ଦେଉଛି ସବୁକିଛି । ପରିଣତ ବୟସରେ ପହଞ୍ଚି ମଧ୍ୟ ହାର ମାନି ନାହାନ୍ତି ସେ । କୋରାପୁଟ ଜିଲ୍ଲା ଜୟପୁରର ଡି. ଶୁଭଲକ୍ଷ୍ମୀ । ବୟସ ୭୦ ବର୍ଷ । ଦୁଇ ଦୁଇଟି ରୋଗିଣା ପୁଅର ବୋଝ ତାଙ୍କ କାନ୍ଧ ଉପରେ । ସ୍ୱାମୀ ମଧ୍ୟ ଅସୁସ୍ଥ । ଦିନେ କି ଦୁଇ ଦିନ ନୁହେଁ ୧୧ ବର୍ଷ ବିତିଗଲାଣି ପିଲାଙ୍କ ସେବାରେ । ଜଣେ ପକ୍ଷାଘାତରେ ଆକ୍ରାନ୍ତ ଆଉ ଜଣେ କ୍ୟାନସରରେ ପୀଡ଼ିତ । ଯେଉଁ ବୟସରେ ପିଲାମାନେ ବାପା ମାଆଙ୍କ ସେବା କରିବା କଥା ସେ ବୟସରେ ଏବେ ଶୁଭଲକ୍ଷ୍ମୀ ଦୁଇ ପୁଅଙ୍କ ଆଶାବାଡି ପାଲଟିଛନ୍ତି ।

ଦଇବ ଦାଉ ସାଧିଲା ପରି ରୋଜଗାରିଆ ପୁଅ ଲକଡାଉନରେ ଫସିଯାଇଛି । ଏଭଳି ଘଡ଼ସନ୍ଧି ମୁହୁର୍ତ୍ତରେ ମାଆର ମନ, ଜନ୍ମ କଲା ରୋଗିଣା ପୁଅର ସେବାରେ । ୭୦ ବର୍ଷ ପରେ ବି ଥକିନାହାନ୍ତି ଶୁଭଲକ୍ଷ୍ମୀ । ପୁଅ ବୋହୁଙ୍କ ସହ ପରିବାର ନେଇ ରହିବା ବଦଳରେ ମାର ଏଭଳି ଅବସ୍ଥାକୁ ଦୁର୍ଭାଗ୍ୟ ବୋଲି କହନ୍ତି ବଡ଼ ପୁଅ ଲକ୍ଷ୍ମଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.