ସିମ୍‌ ଜାଲିଆତି ମାମଲା: ୩ ଅଭିଯୁକ୍ତ ଠାରୁ ମିଳିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

କେନ୍ୟୁଜ୍(ବ୍ୟୁରୋ): ସିମ୍‌ ଜାଲିଆତି ମାମଲାରେ ୩ ଅଭିଯୁକ୍ତଙ୍କର ସରିଲା ରିମାଣ୍ଡ ଅବଧି । ତିନି ସାଇବର ଠକଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା କମିଶନରେଟ ପୋଲିସ । ରିମାଣ୍ଡରେ ଆଣି ପଚରାଉଚରା ବେଳେ ସେମାନଙ୍କ ନିକଟରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଓଡ଼ିଶାରେ ଆହୁରି ଅନେକ ସାଇବର ଠକ ଲୁଚିଛନ୍ତି ।

ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଏହି ୪ଟି ଜିଲ୍ଲାକୁ ଫୋକସରେ ରଖିଛି କମିଶନରେଟ ପୋଲିସ । ବେନାମୀ ସିମ୍‌ କାରବାରର ପେଣ୍ଠସ୍ଥଳ ପାଲଟିଛି ଏହି ୪ ଜିଲ୍ଲା । ସାଇବର ଠକଙ୍କ ହ୍ଵାଟ୍‌ସ ଆପ୍‌ ଗ୍ରୁପରୁ ଅନେକ ନମ୍ବର ଓ ସାଇବର ଠକଙ୍କ ବାବଦରେ ସୂଚନା ପାଇଛି କମିଶନରେଟ ପୋଲିସ । ମାସେ ପୂର୍ବରୁ ଭୁବନେଶ୍ୱର ସହିଦନଗର ଥାନା ପୋଲିସ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୭ହଜାର ସିମ୍‌, ୧୫୦ଟି ମୋବାଇଲ ଫୋନ ଜବତ କରିଥିଲା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.