Below header

ଟୋକିଓ ଅଲମ୍ପିକ୍ସ : ସେମିରେ ହାରିଲା ଭାରତୀୟ ମହିଳା ହକି ଦଳ, ଏବେ ବ୍ରୋଞ୍ଜ ପାଇଁ ଲଢ଼ିବ

କେନ୍ୟୁଜ୍(ବ୍ୟୁରୋ): ଝାନସୀ ରାଣୀ ଭଳି ଖୁବ୍‌ ଲଢ଼ିଲା ମହିଳା ହକି ଦଳ । ହେଲେ ଅଳ୍ପକେ ହାରିଗଲା । ପୁରୁଷଙ୍କ ପରେ ମହିଳା ଦଳର ଅଲିମ୍ପିକ ହକି ସୁନା ପଦକ ଜିତିବା ସ୍ବପ୍ନ ଅଧୁରା ରହିଗଲା । ଟୋକିଓ ଅଲମ୍ପିକ୍ସ ସେମିରେ ହାରିଗଲା ଭାରତୀୟ ମହିଳା ହକି ଦଳ। ଆର୍ଜେଣ୍ଟିନା ଠାରୁ ୧-୨ ଗୋଲରେ ପରାଜିତ ହୋଇଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଏହାକୁ ବ୍ରିଟେନ୍‌ ସହ ଲଢ଼େଇ କରିବାକୁ ହେବ ।

ଅଲିମ୍ପିକ ଇତିହାସରେ ପ୍ରଥମ ଥର ଭାରତୀୟ ମହିଳା ଦଳ ହକି ସେମିଫାଇନାଲ୍‌ରେ ପହଞ୍ଚିଥିଲା । ଆଉ ଆଜି ଆରମ୍ଭରୁ ଗୋଲ୍‌ ଦେଇ ଆଗୁଆ ମଧ୍ୟ ରହିଥିଲା । ହେଲେ ପ୍ରତ୍ୟାବର୍ତ୍ତନ କରି ଆର୍ଜେଣ୍ଟିନା ଦୁଇଟି ଗୋଲ୍‌ କରି ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ଦ୍ୱିତୀୟ ମିନିଟ୍‌ରେ ଗୁରଜିତ କୌର ଗୋଲ୍‌ କରିଥିଲେ । ଅବଶ୍ୟ ଶେଷ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ଲଢ଼େଇ କରିଥିଲେ ମଧ୍ୟ ଗୋଲ୍‌ କରି ପାରିନଥିଲେ । ତେବେ ସେମାନଙ୍କ ଲଢୁଆ ମନୋବୃତ୍ତିକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ମହିଳା ଫାଇନାଲ୍‌ରେ ଆର୍ଜେଣ୍ଟିନା ଦଳ ନେଦରଲାଣ୍ଡସକୁ ଭେଟିବ । ସେପଟେ ଆସନ୍ତାକାଲି ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ପାଇଁ ଜର୍ମାନୀକୁ ଟକ୍କର ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.