କେଶରେ ଲଗାନ୍ତୁ ଅଣ୍ଡା ଓ ଅଳସୀ ହେୟାର ପ୍ଯାକ୍, କିଛିଦିନରେ ସବୁ ସମସ୍ଯାରୁ ମିଳିବ ମୁକ୍ତି

ପାଣିପାଗ ବଦଳିବା ଦ୍ବାରା ଏହାର ପ୍ରଭାବ କେଶ ଉପରେ ପଡିଥାଏ। ଆଜିକାଲି ବ୍ଯସ୍ତବହୁଳ ଜୀବନ ମଧ୍ୟରେ ମହିଳା ନିଜ ଚୁଟିର ସ୍ବତନ୍ତ୍ର ଧ୍ୟାନ ରଖିବା ଉଚିତ। କିନ୍ତୁଏଥିପାଇଁ ବିଲକୁଲ ସମୟ ନଥିବାରୁ ଆପଣ କେଶ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଆଉ ଏଥିପାଇଁ ଅନେକ ସମସ୍ଯା ଭୋଗିବାକୁ ପଡିଥାଏ। କିନ୍ତୁ ଆପଣଙ୍କ ସବୁ କେଶ ସମସ୍ଯାରୁ ମୁକ୍ତି ଦେବ ଅଣ୍ଡା ଏବଂ ଅଳସୀ ହେୟାରପ୍ଯାକ୍। ଏହି ହେୟାର ପ୍ଯାକ୍ ଲଗାଇବା ଦ୍ବାରା କେଶ ସ୍ମୁଥ ଏବଂ ସିଲକୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ହେୟାର ପ୍ଯାକ୍।

ଅଣ୍ଡା ଏବଂ ଅଳସୀ ଫେସପ୍ଯାକ:

୧ ଅଣ୍ଡା, ଆଲୋଭେରା ଜେଲ ୧/୨ ବଡ ଚାମଚ, ଅଳସୀ ୧ ବଡ ଚାମଚ, ଅଲିଭ ତେଲ ୨ ବୁନ୍ଦା।

କେମିତି କରିବେ ପ୍ରସ୍ତୁତ: ଏହି ହେୟାର ପ୍ଯାକ୍ ବନାଇବା ପାଇଁ ପ୍ରଥମେ ଏକ ଜାଗାରେ ଅଳସୀରୁ ମଞ୍ଜି କାଢିବା ପରେ ସେଥିରେ ଆଲୋଭେରା ଜେଲକୁ ମିଶାଇ ଭଲଭାବେ ମିଶ୍ରଣ ପ୍ରସ୍ତୁତ କରିଦିଅନ୍ତୁ।

ଏହା ପରେ ଅଳସୀ ମଞ୍ଚି ଏବଂ ଆଲୋଭେରା ଜେଲକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏଥିରେ ଅଲିଭ ତେଲ, ଅଣ୍ଡା ପକାଇ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ।

ଏହି ପେଷ୍ଟକୁ ଏକ ପାତ୍ରରେ କାଢିବା ପରେ କେଶ ମୂଳରେ ଲଗାନ୍ତୁ ଏବଂ ମାଲିସ କରନ୍ତୁ।

ଏହାକୁ ଲଗାଇବା ୩୦ ମିନିଟ ପରେ ଶାମ୍ପୁରେ ଧୋଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.