Below header

ଟିଭି ନ ଚାଲିବାରୁ ଠେଙ୍ଗାରେ ପିଟିଲେ ଯୁବକ, ଆଉ ସତକୁ ସତ ଟିଭି ଅନ୍‌ ବି ହେଲା; ଦେଖନ୍ତୁ ମଜାଦାର ଭିଡିଓ

ସୋସିଆଲ ମିଡିଆରେ କେତେ ବେଳେ କ’ଣ ଭାଇରାଲ ହୁଏ, ତାହାର କିଛି ଠିକ୍‌ ଠିକଣା ନଥାଏ। ବେଳେବେଳେ ଆମେ କିଛି ଏଭଳି ଜିନିଷ ଦେଖୁ ଯାହାକୁ ବିଶ୍ୱାସ କରିବା ବି ସମ୍ଭବପର ହୋଇନଥାଏ। ଏବେ ସେମିତି ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓ ଦେଖିଲେ ଆପଣ ବି ନିଜ ହସ ରୋକିପାରିବେ ନାହିଁ।

ପ୍ରାୟତଃ ଟିଭି ଅନ୍‌ କଲା ବେଳେ ଯଦି ତାହା ଅନ୍‌ ହୁଏ ନାହିଁ, ତେବେ ଭାରି ବିରକ୍ତ ଲାଗେ। ଏଭଳି ସ୍ଥିତିରେ କିଏ ରିମୋଟ୍‌ ଫିଙ୍ଗିଦିଏ ତ ଆଉ କିଏ ଟିଭିକୁ ହାତରେ ଥାପୁଡ଼ାଏ। କିନ୍ତୁ ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଟିଭି ଅନ୍‌ କରିବା ପାଇଁ ଠେଙ୍ଗାର ସାହାଯ୍ୟ ନେଇଛନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଦେଖାଯାଇଛି ଯେ ବ୍ୟକ୍ତି ଜଣକ ପ୍ରଥମେ ଟିଭି ଖୋଲୁଛନ୍ତି। କିନ୍ତୁ ତାହା ଅନ୍‌ ହେଉନାହିଁ। ଦୀର୍ଘ ସମୟ ଧରି ଟେନସନ୍‌ରେ ରହିବା ପରେ ସେ ଟିଭି ଖୋଲିବା ପାଇଁ ଏକ ଠେଙ୍ଗାରେ ଟିଭିକୁ ଜୋର ଜୋରରେ ପିଟୁଛନ୍ତି। ଏକାଧିକ ଥର ପିଟିବା ପରେ ଆଶ୍ଚର୍ଯ୍ୟଜନକ ଭାବେ ଟିଭି ଅନ୍‌ ମଧ୍ୟ ହେଉଛି। ପରେ ଯୁବକ ଜଣକ ଖୁସି ହୋଇପଡ଼ୁଥିବା ଦେଖାଯାଇଛି।

ଭାଇରାଲ ହେଉଥିବା ଏହି ଭିଡିଓକୁ eye coaching plus ନାମକ ଏକ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି। ଲୋକମାନେ ଏହା ଖୁବ୍‌ ପସନ୍ଦ ମଧ୍ୟ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.