୧୪ରୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ମଜା ନେଉଛନ୍ତି ପର୍ଯ୍ୟଟକ

ଗତକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବନ୍ୟଜନ୍ତୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ମଜା ନେଉଛନ୍ତି ପର୍ଯ୍ୟଟକ । ପ୍ରଥମ ଦିନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ପାରମ୍ପରିକ ନୃତ୍ୟ ପରିବେଷଣ କରି ସ୍ୱାଗତ କରିଥିଲେ ଶିମିଳିପାଳ କର୍ତ୍ତୃପକ୍ଷ ।

ପ୍ରତିବର୍ଷ ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିଥାଏ କିନ୍ତୁ ଚଳିତବର୍ଷ ଅକ୍ଟୋବର ୧୪ରୁ ଖୋଲାଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ୫୫ ପ୍ରଜାତିର ପଶୁ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରଜାତିର ସରୀସୃପ,୩୭ ପ୍ରକାର ମାଛ ଏବଂ ୧୦୭୬ପ୍ରକାରର ଗଛ ଦେଖିବାକୁ ମିଳେ ।

ଏଥିରେ ସହିତ ଜୋରନ୍ଦା, ବରେଇପାଣି ,ଉତ୍ସକି ପ୍ରଭୁତି ଜଳପ୍ରପାତ ପର୍ଯ୍ୟଟକ ଆକର୍ଷଣ ପାଲଟିଥାଏ । ଅନ୍ୟପକ୍ଷରେ ଶିମିଳିପାଳ ଖୋଲିବା ପୂର୍ବରୁ ୫ ଦଫା ଦାବିନେଇ ଯଶୀପୁର କାଳିକାପ୍ରସାଦ ଗେଟ୍ ଆଗରେ ରାସ୍ତା ଅବରୋଧ କରିଥିଲେ ଶିମିଳିପାଳ ବିକାଶ ପରିଷଦ । ବନ ବିଭାଗ କର୍ମଚାରୀଙ୍କ ଆଲୋଚନା ପରେ ଆନ୍ଦୋଳନ ହଟିଛି । କିନ୍ତୁ ରାସ୍ତା ଅବରୋଧ କାରଣରୁ ପର୍ଯ୍ୟଟକଙ୍କୁ ଅଧାରୁ ଫେରିବାକୁ ପଡ଼ିଥିଲା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.