ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭ୍ୟାନକୁ ଧକ୍କା ଦେଲା ଟ୍ରକ: ୭ ମୃତ ୧୦ ଆହତ

ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାର ବିଚିୱାଡା ପୋଲିସ ଷ୍ଟେସନ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜାତୀୟ ରାଜପଥ- ୪୮ର ରତନପୁର ବର୍ଡର ନିକଟରେ ଏକ ଟ୍ରକ ଭ୍ୟାନକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ହୋଇଛି ।

ନୂଆଦିଲ୍ଲୀ : ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାର ବିଚିୱାଡା ପୋଲିସ ଷ୍ଟେସନ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜାତୀୟ ରାଜପଥ- ୪୮ର ରତନପୁର ବର୍ଡର ନିକଟରେ ଏକ ଟ୍ରକ ଭ୍ୟାନକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ହୋଇଛି । ସମସ୍ତ ମୃତକ ଭ୍ୟାନରେ ଥିବା ଯାତ୍ରୀ ବୋଲି ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକେ ଉଦ୍ଧାର ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ ।

ସୂଚନା ଅନୁସାରେ ରତନପୁର ବର୍ଡର ନିକଟରେ ଏକ ଭ୍ୟାନକୁ ପଛପଟୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା । ଫଳରେ ଭ୍ୟାନଟି ଓଲଟି ପଡିଥିଲା । ଭ୍ୟାନରେ ଥିବା ଯାତ୍ରୀ ଗାଡି ଭିତରେ ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ କରିଥିଲେ ।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲାପାଳ ଲକ୍ଷ୍ମୀ ନାରାୟଣ ମନ୍ତ୍ରୀ ଏବଂ ପୋଲିସ ଅଧୀକ୍ଷକ କୁନ୍ଦନ କାଭିରିଆଙ୍କ ସହ ବରିଷ୍ଠ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାକୁ ନେଇଥିଲେ।

ଦୁର୍ଘଟଣା ପରେ ରାଜପଥରେ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା । ପୋଲିସ ଦୁଇ ଦୁର୍ଘଟଣାଗ୍ରସ୍ତକୁ ଗାଡିକୁ ରାସ୍ତାରୁ ହଟାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଟ୍ରକଟି ମାତ୍ରାଧିକ ବେଗ ଯୋଗୁ କ୍ରୁଜରକୁ ଧକ୍କା ଦେଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.