ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ସନ୍ଦେହଜନଙ୍କ ମୃତ୍ୟୁ, ସରକାରୀ ବାସଭବନରୁ ମିଳିଲା ମୃତଦେହ

ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ସନ୍ଦେହଜନଙ୍କ ମୃତ୍ୟୁ ହୋଇଛି । ମୃତ ବିଡିଓ ହେଲେ ବିଶ୍ୱରଂଜନ ମହାନ୍ତି ।

ସିମୁଳିଆ (କେନ୍ୟୁଜ୍‌): ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓଙ୍କ ସନ୍ଦେହଜନଙ୍କ ମୃତ୍ୟୁ ହୋଇଛି । ମୃତ ବିଡିଓ ହେଲେ ବିଶ୍ୱରଂଜନ ମହାନ୍ତି । ଦିନ ୧୧ଟାରେ ମାତ୍ର କିଛି ସମୟ କାର୍ଯ୍ୟ କରି ସେ ନିଜ ସରକାରୀ ବାସଭବନ ଚାଲି ଯାଇଥିଲେ । ସେଠାରେ ତାଙ୍କର ସନ୍ଦେହଜନ ଅବସ୍ଥାରେ ମୃତଦେହ ମିଳିଛି । ମୃତ୍ୟୁର କାରଣ ଜଣାପଡି ନାହିଁ । ଭିସିରେ ଯୋଗ ନ ଦେବାରୁ ବିଡିଓଙ୍କୁ ଖୋଜା ପଡ଼ିଥିଲା । ଏହାପରେ ଘଟଣା ସାମ୍ନାକୁ ଆସିଥିଲା । ଖବର ପାଇ ଘଟଣାସ୍ଥଳରେ ସିମୁଳିଆ ପୋଲିସ ଓ ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.