Below header

ମହୁମାଛି ଆକ୍ରମଣରେ ଯୁବକ ଗୁରୁତର

ଘର ଅଗଣାରେ ବସିଥିବା ବେଳେ ମହୁମାଛି ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଲୁଣହାର ଗାଁ ରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଆନନ୍ଦପୁର(କେନ୍ୟୁଜ୍‌) : ଘର ଅଗଣାରେ ବସିଥିବା ବେଳେ ମହୁମାଛି ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଲୁଣହାର ଗାଁ ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁ ର ବିଜୟ ପାତ୍ର ନାମକ ବ୍ଯକ୍ତି ନିଜ ଘର ପିଣ୍ଡାରେ ବସିଥିବା ବେଳେ ଘରନିକଟ ତେନ୍ତୁଳି ଗଛରେ ଥିବା ମହୁଫେଣାରେ ଏକ ପକ୍ଷୀ ବସିପଡିଥିଲା। ଫଳରେ ମହୁମାଛି ମାନେ ବିକ୍ଷିପ୍ତ ହୋଇ ଏଣେତେଣେ ଉଡି ବୁଲିବା ସହ ବିଜୟଙ୍କୁ ବିନ୍ଧି ପକାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ତେବେ ବିଜୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ ଜଣା ଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.