Below header

ପଦ୍ମଶ୍ରୀ ସମ୍ମାନ ଗ୍ରହଣ କଲେ ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ ଅନ୍ତର୍ଯ୍ୟାମୀ ମିଶ୍ର, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନ ପାଇଁ ଚାରି ଓଡ଼ିଆଙ୍କ ନାଁ ଘୋଷଣା ହୋଇଥିଲା । କଳା କ୍ଷେତ୍ରରେ ଅବଦାନ ପାଇଁ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁର ଓ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ, ଶିକ୍ଷା ଓ ସାହିତ୍ୟ କ୍ଷେତ୍ର ପାଇଁ ଢେଙ୍କାନାଳର ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଏବଂ କୃଷି କ୍ଷେତ୍ର ପାଇଁ କଳାହାଣ୍ଡି ଜୁନାଗଡ଼ର ପଟ୍ଟାୟତ ସାହୁଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।

କେନ୍ୟୁଜ୍(ବ୍ୟୁରୋ): ପଦ୍ମଶ୍ରୀ ସମ୍ମାନ ଗ୍ରହଣ କଲେ ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ । କଳା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଠାରୁ କ୍ରିଷ୍ଣା ପଟେଲ ଏହି ସମ୍ମାନ ଗ୍ରହଣ କରିଛନ୍ତି । ସେହିପରି ପଦ୍ମଶ୍ରୀ ସମ୍ମାନ ଗ୍ରହଣ କଲେ ଅନ୍ତର୍ଯ୍ୟାମୀ ମିଶ୍ର । ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ଆଜି ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି ପଟ୍ଟାୟତ ସାହୁ ।

କୃଷି କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନ ପାଇଁ ଚାରି ଓଡ଼ିଆଙ୍କ ନାଁ ଘୋଷଣା ହୋଇଥିଲା । କଳା କ୍ଷେତ୍ରରେ ଅବଦାନ ପାଇଁ କଣ୍ଢେଇ ନୃତ୍ୟଗୁରୁ ମାଗୁଣି ଚରଣ କୁଅଁର ଓ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ, ଶିକ୍ଷା ଓ ସାହିତ୍ୟ କ୍ଷେତ୍ର ପାଇଁ ଢେଙ୍କାନାଳର ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଏବଂ କୃଷି କ୍ଷେତ୍ର ପାଇଁ କଳାହାଣ୍ଡି ଜୁନାଗଡ଼ର ପଟ୍ଟାୟତ ସାହୁଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । କିଛି ଦିନ ତଳେ କେନ୍ଦୁଝରର କଣ୍ଢେଇ ନୃତ୍ୟଗୁରୁ ମାଗୁଣୀ ଚରଣ କହଁର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଥିଲେ ।

ରାଷ୍ଟ୍ରପତିଙ୍କ ଠାରୁ ଗତକାଲି ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାର ଗ୍ରହଣ କରିଥିବା ଓଡ଼ିଶାର ପଟ୍ଟାୟତ ସାହୁ, ଅନ୍ତର୍ଯ୍ୟାମୀ ମିଶ୍ର ଓ କ୍ରୀଷ୍ଣା ପଟେଲଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ଟ୍ୱିଟ୍ କରିଛନ୍ତି ଯେ କୃଷି, ସାହିତ୍ୟ ଓ କଳା କ୍ଷେତ୍ରରେ ଆପଣଙ୍କ ଉଲ୍ଲେଖନୀୟ ଅବଦାନ ପ୍ରଶଂସନୀୟ । ତୃଣମୂଳ ସ୍ତରରେ ଅସାଧାରଣ କାର୍ଯ୍ୟ କରିଥିବା ଏହି ବ୍ୟକ୍ତିବିଶେଷଙ୍କ ପାଇଁ ଓଡିଶା ଆଜି ଗର୍ବିତ । ଏହି ପ୍ରତିଭାଙ୍କ ଠାରୁ ଆମର ଯୁବପିଢିମାନେ ପ୍ରେରିତ ହୋଇ ସମାଜକୁ ନୂଆ ଦିଗଦର୍ଶନ ଦେବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ । ପୂର୍ବରୁ  ଧର୍ମେନ୍ଦ୍ର ‘ପଦ୍ମଶ୍ରୀ’ ପୁରସ୍କାର ଗ୍ରହଣ କରିଥିବା କେନ୍ଦୁଝର ଜିଲ୍ଲାର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁରଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ତାଙ୍କର କାଳାକୁ ପ୍ରଶଂସା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.