ସଚେତନତା କରିବାକୁ ଯାଇଥିବା ବେଳେ ତାତିଲେ ଗ୍ରାମବାସୀ, ସାତ ଘଣ୍ଟାରୁ ଅଧିକ ସମୟ ଧରି ବନ ବିଭାଗ କର୍ମଚାରୀଙ୍କୁ ରଖିଲେ ଅଟକ
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅମ୍ବିକାଦେଇପୁର ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେବ ଶିମିଳିପାଳ ଭିତରେ ବସବାସ କରୁଥିବା ଲୋଧା ସଂପ୍ରଦାୟ ପରିବାରକୁ ଉଚ୍ଛେଦ ନେଇ ଦାବି କରି ଆସୁଥିଲେ ଗ୍ରାମବାସୀ।

ମୟୂରଭଞ୍ଜ(କେନ୍ୟୁଜ୍): ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ଦୀର୍ଘ ସାତ ଘଣ୍ଟାରୁ ଅଧିକ ସମୟ ଧରି ଅଟକ ରଖିଛନ୍ତି ଗ୍ରାମବାସୀ। ଗାଁକୁ ସଚେତନତା କରିବାକୁ ଯାଇଥିବା ବେଳେ ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅମ୍ବିକାଦେଇପୁର ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦିନ ହେବ ଶିମିଳିପାଳ ଭିତରେ ବସବାସ କରୁଥିବା ଲୋଧା ସଂପ୍ରଦାୟ ପରିବାରକୁ ଉଚ୍ଛେଦ ନେଇ ଦାବି କରି ଆସୁଥିଲେ ଗ୍ରାମବାସୀ।
ଶିମିଳିପାଳ ଆଭ୍ୟନ୍ତରୀଣରେ ଲୋଧା ସଂପ୍ରଦାୟର ବସବାସ କରିବା ସହ ବ୍ୟାପକ ଶିକାର ଏବଂ ଗଛ କାଟୁଥିବା ଅଭିଯୋଗ କରିଆସୁଛନ୍ତି ଅମ୍ବିକାଦେଇପୁରବାସୀ। ଏନେଇ ଗ୍ରାମବାସୀ ବାରମ୍ବାର ବନବିଭାଗ ନିକଟରେ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗ କେହି ଶୁଣୁ ନ ଥିଲେ।
ଆଜି ଉଦଳା,ଦେବକୁଣ୍ଡ ଏବଂ ଡୁକୁରା ଫରେଷ୍ଟର ବିଭାଗୀୟ କର୍ମଚାରୀଙ୍କ ସହିତ ଅମ୍ବିକାଦେଇପୁର ଗ୍ରାମକୁ ଅଖଣ୍ଡ ଶିକାର ସଚେତନତା କରିବାକୁ ଯାଇଥିବା ବେଳେ ତାତିଥିଲେ ଗ୍ରାମବାସୀ। ତୁରନ୍ତ ଲୋଧା ସଂପ୍ରଦାୟଙ୍କୁ ଶିମିଳିପାଳରୁ ଉଚ୍ଛେଦ କରିବା ଜିଦରେ ଅଡି ବସିବା ସହିତ ସେମାନଙ୍କ ଗାଡି ଜବତ କରିନେବା ସହ ଅଧିକାରୀ ଏବଂ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ।.